- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ତିନିମାସରେ ଆସିବ ଅହମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ- ବେସାମରିକ ବିମାନ ଚଳାଚଳମନ୍ତ୍ରୀ
ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଶନିବାର କହିଛନ୍ତି ଯେ ଅହମଦାବାଦରେ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ କରିବା ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ, ବ୍ୟୁରୋ ଅଫ୍ ସିଭିଲ ଏଭିଏସନ ସିକ୍ୟୁରିଟିର ମହାନିର୍ଦେଶକ, ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ସହିତ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ଏହି କମିଟି ଦୁର୍ଘଟଣା ସଂପର୍କରେ ତଦନ୍ତ ରିପୋର୍ଟ ତିନି ମାସ ମଧ୍ୟରେ ଦାଖଲ କରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶନିବାର ଦିନ ନୂଆଦିଲ୍ଲୀରେ ଏକ ପ୍ରେସ କନଫରେନ୍ସକୁ ସଂବୋଧନ କରିଛନ୍ତି। ସେ କହିଛନ୍ତି ଯେ, ଆମ ଦେଶରେ ସୁରକ୍ଷା ପାଇଁ ବହୁତ କଠିନ ମାନଦଣ୍ଡ ଅଛି। ଯେତେବେଳେ ଏହି ଘଟଣା ଘଟିଲା, ଆମେ ଅନୁଭବ କଲୁ ଯେ ବୋଇଂ 787 ସିରିଜରେ ବିମାନଗୁଡିକୁ ମଧ୍ୟ ଗଭୀର ନିରୀକ୍ଷଣର ଆବଶ୍ୟକତା ଅଛି। ଡିଜିସିଏ787 ବିମାନଗୁଡିକର ଗଭୀର ନିରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛି ।