- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ତିନିମାସରେ ଆସିବ ଅହମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ- ବେସାମରିକ ବିମାନ ଚଳାଚଳମନ୍ତ୍ରୀ
ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଶନିବାର କହିଛନ୍ତି ଯେ ଅହମଦାବାଦରେ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ କରିବା ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ, ବ୍ୟୁରୋ ଅଫ୍ ସିଭିଲ ଏଭିଏସନ ସିକ୍ୟୁରିଟିର ମହାନିର୍ଦେଶକ, ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ସହିତ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ଏହି କମିଟି ଦୁର୍ଘଟଣା ସଂପର୍କରେ ତଦନ୍ତ ରିପୋର୍ଟ ତିନି ମାସ ମଧ୍ୟରେ ଦାଖଲ କରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶନିବାର ଦିନ ନୂଆଦିଲ୍ଲୀରେ ଏକ ପ୍ରେସ କନଫରେନ୍ସକୁ ସଂବୋଧନ କରିଛନ୍ତି। ସେ କହିଛନ୍ତି ଯେ, ଆମ ଦେଶରେ ସୁରକ୍ଷା ପାଇଁ ବହୁତ କଠିନ ମାନଦଣ୍ଡ ଅଛି। ଯେତେବେଳେ ଏହି ଘଟଣା ଘଟିଲା, ଆମେ ଅନୁଭବ କଲୁ ଯେ ବୋଇଂ 787 ସିରିଜରେ ବିମାନଗୁଡିକୁ ମଧ୍ୟ ଗଭୀର ନିରୀକ୍ଷଣର ଆବଶ୍ୟକତା ଅଛି। ଡିଜିସିଏ787 ବିମାନଗୁଡିକର ଗଭୀର ନିରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛି ।