- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଓଡ଼ିଶାରେ ନାରୀ ନିର୍ଯାତନା ନେଇ ଏ.ଆଇ.ସି.ସି. ଗଠନ କଲା ତଥ୍ୟ ଅନୁଧ୍ୟାନ କମିଟି
ଭୁବନେଶ୍ଵର- ଓଡ଼ିଶାର ଗୋପାଳପୁରରେ ଗଣଦୁଷ୍କର୍ମ ଘଟଣା, କେନ୍ଦୁଝର ହରିଚନ୍ଦନପୁରରେ ଦୁଷ୍କର୍ମ ଓ ହତ୍ୟା, ମହିଳାମାନଙ୍କ ବିରୁଦ୍ଧରେ ବଢ଼ୁଥିବା ଅତ୍ୟାଚାର ଏବଂ ଗତ କିଛିବର୍ଷ ମଧ୍ୟରେ ହଜାର ହଜାର ମହିଳା ଓ ଶିଶୁ ନିଖୋଜ ହେବା ଭଳି ଚିନ୍ତାଜନକ ଘଟଣାକୁ ଗୁରୁତର ସହ ନେଇ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠନ କରି ତାଙ୍କ ନାମ ତାଲିକା ଘୋଷଣା କରିଛନ୍ତି। ୫ ଜଣଙ୍କୁ ନେଇ ଗଠିତ ଉକ୍ତ କମିଟି ରେ ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଦିପା ଦାସମୁନସୀ, ଆବାହକ ରହିଥିବାବେଳେ, ସାଂସଦ ଶ୍ରୀମତୀ ରଞ୍ଜିତ ରଞ୍ଜନ, ସାଂସଦ ଶ୍ରୀମତୀ ପ୍ରଣିତୀ ସିନ୍ଦେ,ସାଂସଦ ଶ୍ରୀମତୀ ଏସ ଯୋଥିମନି ଓ ପୂର୍ବତନ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଶୋଭା ଓଜା ରହିଛନ୍ତି । ଉକ୍ତ କମିଟି ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ଜିଲ୍ଲା ଗସ୍ତକରିବା ସହ ପରିସ୍ଥିତି ଅନୁଧ୍ୟାନ କରିବ ଏବଂ ସବିଶେଷ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦାଖଲ କରିବାକୁ ଏଆଇସିସି ସାଧାରଣ ସଂପାଦକ (ସଂଗଠକ) କେସି ବେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।