- କଟକରେ ଶାନ୍ତି,ଶୃଙ୍ଖଳା ରକ୍ଷା କରିବାକୁ ଅପିଲ କଲେ ପିସିସି ସଭାପତି
- ଗାଁ ଗାଁ ଯାଇ ଭୋଟ ଭିକ୍ଷା କରିବି : ଭକ୍ତ
- ମାଲକାନଗିରି ମୋଟୁରୁ 'ଗାନ୍ଧୀ ପଥେ ପଦଯାତ୍ରା' ଆରମ୍ଭ: ମାଲକାନଗିରିରୁ ମୟୂରଭଞ୍ଜ ବର୍ଷବ୍ୟାପୀ ଚାଲିବ ଏହି ପଦଯାତ୍ରା
- ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨ ଓ ୩ ଦୁଇଦିନ,ନୂଆପଡ଼ା ନିର୍ବାଚନ ପରେ ଦ୍ୱିତୀୟ ପଦଯାତ୍ରା
- ମୋଦୀଙ୍କ ବକ୍ତବ୍ୟକୁ କ଼଼ଡା ସମାଲୋଚନା କଲେ ପିସିସି ସଭାପତି ଭକ୍ତ ଦାସ,କହିଲେ ଓଡିଶାର ଖଣିଖାଦାନ ଲୁଟିବାରେ ମାତିଛି...
ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ,204 ଶବ ଉଦ୍ଧାର ଓ ରେସକ୍ୟୁ କାର୍ଯ୍ୟ ଜାରି

ନୂଆଦିଲ୍ଲୀ/ଅହମଦାବାଦ, 12 ଜୁନ୍ :- ଅହମଦାବାଦର ସରଦାର ବଲ୍ଲଭଭାଇ ପଟେଲ୍ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଗୁରୁବାର ଦିନ ୨୪୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏୟାର୍ ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ସ୍ଥଳରେ ଉଦ୍ଧାର ଓ ରେସକ୍ୟୁ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଧା ମିଳିଥିବା ସୂଚନା ଅନୁଯାୟୀ 204 ଜଣଙ୍କର ଶବକୁ ଊଦ୍ଧାର କରାଯାଇଛି।
ଏୟାର୍ ଇଣ୍ଡିଆ ଏହି ଘଟଣା ପାଇଁ ହେଲ୍ପଲାଇନ୍ ନମ୍ବର 1800 5691 444 ଜାରି କରିଛି। ଏୟାର୍ ଇଣ୍ଡିଆ ବୟାନ ଜାରି କରି କହିଛି ଯେ, ଅହମଦାବାଦରୁ ଦ୍ୱିପ୍ରହର 1:38 ରେ ବାହାରିଥିବା ଉଡାଣ ସଂଖ୍ୟା ଏଆଇ-171 ବୋଇଂ 787-8 ବିମାନରେ ୨୪୨ ଯାତ୍ରୀ ଓ କ୍ରୁ ସଦସ୍ୟ ସଂଖ୍ୟା ଥିଲେ। ଏହାମଧ୍ୟରୁ 169 ଜଣ ଭାରତୀୟ ନାଗରିକ, 53 ଜଣ ବ୍ରିଟିଶ୍ ନାଗରିକ, 1 କାନାଡିୟନ ଓ 7 ଜଣ ପୁର୍ତ୍ତୁଗୀଜ ନାଗରିକ ଅଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍କୁ ନିଆଯାଉଛି ।
ଏୟାର୍ ଇଣ୍ଡିଆ କହିଛି ଯେ ଅଧିକ ସୂଚନା ପାଇଁ 1800 5691 444 ନମ୍ବର ଉପଲବ୍ଧ ରହିଛି। ତଦନ୍ତ କରୁଥିବା ଅଧିକାରୀଙ୍କୁ ଏୟାର ଇଣ୍ଡିଆ ସଂପୂର୍ଣ୍ଣ ଭାବେ ସହଯୋଗ କରୁଥିବା ଏୟାରଲାଇନ ପକ୍ଷରୁ କୁହାଯାଇଛି ।
ଏୟାର୍ ଇଣ୍ଡିଆର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍ ଏକ ବୟାନରେ କହିଛନ୍ତି ଯେ, ଖୁବ ଦୁଃଖର ସହିତ ମୁଁ ଏହାର ସୂଚନା ଦେଉଛି ଯେ ଅହମଦାବାଦରୁ ଲଣ୍ଡନ୍ ଗ୍ୟାଟୱିକ୍ ଯାଉଥିବା ଏୟାର୍ ଇଣ୍ଡିଆର ଏଆଇ-171 ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିନାଶକାରୀ ଘଟଣାରେ ପ୍ରଭାବିତ ସମସ୍ତଙ୍କର ପରିବାର ଓ ପ୍ରିୟଜନଙ୍କ ପାଇଁ ଆମର ଗଭୀର ସମବେଦନା ଅଛି। ବର୍ତ୍ତମାନ ସମୟରେ ଆମର ପ୍ରଧାନ ଲକ୍ଷ୍ୟ ହେଉଛି ପ୍ରଭାବିତ ଲୋକଙ୍କୁ ଓ ତାଙ୍କର ପରିବାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଓ ସମର୍ଥନ ଯୋଗାଇବା।ଘଟଣାସ୍ଥଳରେ ଆପାତକାଳୀନ ପ୍ରତିକ୍ରିୟା ଦଳମାନେ ଅଛନ୍ତି ଓ ପ୍ରଭାବିତ ଲୋକମାନଙ୍କ ପାଇଁ ଆବଶ୍ୟକ ସମସ୍ତ ସାହାଯ୍ୟ ଓ ଚିକିତ୍ସା ଯୋଗାଇବା ପାଇଁ ଆମେ ସମ୍ପୂର୍ଣ୍ଣ ଶକ୍ତି ଲଗାଇଛୁ। ଅଧିକ ସତ୍ୟାପିତ ସୂଚନା ମିଳିଲେ, ଆଗକୁ ଅଧିକ ତଥ୍ୟ ସେୟାର କରିବୁ । ଏକ ଜରୁରୀକାଳୀନ କେନ୍ଦ୍ର ଆକ୍ଟିଭ କରାଯାଇଛି ଓ ସୂଚନା ଚାହୁଁଥିବା ପରିବାରମାନଙ୍କ ପାଇଁ ଏକ ସହାୟତା ଟିମ୍ ଗଠିତ ହୋଇଛି।