BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଜମ୍ମୁ କଶ୍ମୀରର ରାମବନରେ ଖାଇକୁ ଖସିଲା ସେନା ଗାଡି, ତିନି ଯବାନ ସହିଦ

FMNEWS.IN 04-05-2025
Army vehicle falls into gorge in Jammu and Kashmir's Ramban, three jawans martyred

ରାମବନ, 4 ମେ : - ଜମ୍ମୁ କଶ୍ମୀରର ରାମବନ ଜିଲ୍ଲାର ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ରବିବାର ବ୍ୟାଟେରୀ ଚଶ୍ମା ଅଂଚଳ ନିକଟରେ ସେନାର ଏକ ଗାଡି ରାସ୍ତାରୁ 7ଶହ ଗଭୀର ଖାଇକୁ ଖସିପଡିଛି । ଏଥିରେ ସେନାର ତିନିଜଣ ଯବାନ ସହିଦ ହୋଇଛନ୍ତି । ଅଧିକାରୀଙ୍କ ମୁତାବକ ସେନାର ଏକ ଟ୍ରକ ଜାତୀୟ ରାଜପଥ 44ରେ ଜମ୍ମୂରୁ ଶ୍ରୀନଗର ଯାଉଥିବା କାଫିଲାର ଅଂଶ ଥିଲା ଏବଂ ଯେତେବେଳେ ଏହା ବ୍ୟାଟେରୀ ଚଶ୍ମା ନିକଟରେ ପୂର୍ବାହ୍ନ ସାଢେ 11ଟା ବେଳେ ପହଂଚିଥିଲା, ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ପରେ ସେନା, ପୋଲିସ,ଏସଡିଆରଏଫ ଓ ସ୍ଥାନୀୟ ସ୍ୱୟଂସେବକ ତତ୍କାଳ ମିଳିତ ଅଭିଯାନ ଆରମ୍ଭ କରିଥିଲେ ଏବଂ ଗାଡିରେ ଥିବା ଯବାନଙ୍କ ରେସକ୍ୟୁ କରିଥିଲେ କିନ୍ତୁ ତିନିଜଣ ଯବାନଙ୍କ ମୃତ୍ୟୁ ହୋଇଯାଇଥିଲା । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।