Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଜମ୍ମୁ କଶ୍ମୀରର ରାମବନରେ ଖାଇକୁ ଖସିଲା ସେନା ଗାଡି, ତିନି ଯବାନ ସହିଦ
FMNEWS.IN
04-05-2025
ରାମବନ, 4 ମେ : - ଜମ୍ମୁ କଶ୍ମୀରର ରାମବନ ଜିଲ୍ଲାର ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ରବିବାର ବ୍ୟାଟେରୀ ଚଶ୍ମା ଅଂଚଳ ନିକଟରେ ସେନାର ଏକ ଗାଡି ରାସ୍ତାରୁ 7ଶହ ଗଭୀର ଖାଇକୁ ଖସିପଡିଛି । ଏଥିରେ ସେନାର ତିନିଜଣ ଯବାନ ସହିଦ ହୋଇଛନ୍ତି । ଅଧିକାରୀଙ୍କ ମୁତାବକ ସେନାର ଏକ ଟ୍ରକ ଜାତୀୟ ରାଜପଥ 44ରେ ଜମ୍ମୂରୁ ଶ୍ରୀନଗର ଯାଉଥିବା କାଫିଲାର ଅଂଶ ଥିଲା ଏବଂ ଯେତେବେଳେ ଏହା ବ୍ୟାଟେରୀ ଚଶ୍ମା ନିକଟରେ ପୂର୍ବାହ୍ନ ସାଢେ 11ଟା ବେଳେ ପହଂଚିଥିଲା, ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ପରେ ସେନା, ପୋଲିସ,ଏସଡିଆରଏଫ ଓ ସ୍ଥାନୀୟ ସ୍ୱୟଂସେବକ ତତ୍କାଳ ମିଳିତ ଅଭିଯାନ ଆରମ୍ଭ କରିଥିଲେ ଏବଂ ଗାଡିରେ ଥିବା ଯବାନଙ୍କ ରେସକ୍ୟୁ କରିଥିଲେ କିନ୍ତୁ ତିନିଜଣ ଯବାନଙ୍କ ମୃତ୍ୟୁ ହୋଇଯାଇଥିଲା । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।