- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ବିଜେପି-ଆରଏସଏସର ଦୃଷ୍ଟିକୋଣ ଘୃଣା, ଭୟ ଓ କ୍ରୋଧରେ ପୂର୍ଣ୍ଣ: ରାହୁଲ ଗାନ୍ଧୀ
By Jagadananda Pradhan
(FM News):--ଗତ ଶନିବାର ହାଇଦ୍ରାବାଦରେ ଆୟୋଜିତ ଭାରତ ସମ୍ମିଳନୀ ୨୦୨୫ରେ ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ବିଶ୍ବବ୍ୟାପୀ ଗଣତାନ୍ତ୍ରିକ ରାଜନୀତି ମୌଳିକ ଭାବେ ବଦଳିଯାଇଛି ଏବଂ ଏକ ଦଶନ୍ଧି ପୂର୍ବେ ଯେଉଁ ନିୟମଗୁଡ଼ିକ ପ୍ରଯୁଜ୍ୟ ଥିଲା, ତାହା ଏବେ ଆଉ ମାନ୍ୟ ହୋଇ ରହି ନାହିଁ।
ସମାବେଶରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ଗାନ୍ଧୀ ବର୍ତ୍ତମାନର ଆକ୍ରମଣାତ୍ମକ ରାଜନୈତିକ ପରିବେଶର ସମାଲୋଚନା କରି ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳକୁ ଦମନ କରିବା ଏବଂ ଗଣମାଧ୍ୟମକୁ ଦୁର୍ବଳ କରିବା ହିଁ ମୁଖ୍ୟ ଲକ୍ଷ୍ୟ ହୋଇପଡ଼ିଛି। ଭାରତ ଯୋଡ଼ୋ ଯାତ୍ରା ସମୟରେ ନିଜର ଅନୁଭବକୁ ସ୍ମରଣ କରି ସେ କହିଛନ୍ତି ଯେ ନେତାମାନେ ଲୋକଙ୍କର କଣ୍ଠସ୍ବରକୁ ପ୍ରକୃତରେ ବୁଝିବାରେ ବିଫଳ ହୋଇଛନ୍ତି।
ସେ କହିଛନ୍ତି, ରାଜନୀତି, ଗଣତାନ୍ତ୍ରିକ ରାଜନୀତି, ସାରା ବିଶ୍ବରେ ମୌଳିକ ଭାବେ ବଦଳିଯାଇଛି। ଏକ ଦଶନ୍ଧି ପୂର୍ବେ ଯେଉଁ ନିୟମଗୁଡ଼ିକ ପ୍ରଯୁଜ୍ୟ ଥିଲା, ତାହା ଏବେ ଆଉ ପ୍ରଯୁଜ୍ୟ ନୁହେଁ। କେତେବେଳେ ମୁଁ ମୋ ଦଳର ଯୁବ ସଦସ୍ୟମାନଙ୍କ ସହ କଥା ହେଉଛି, ମୁଁ ଦେଖୁଛି ଯେ ୧୦ ବର୍ଷ ପୂର୍ବେ ଯାହା ସବୁ କାର୍ଯ୍ୟକାରୀ କରାଯାଊଥିଲା, ତାହା ଏବେ ଆଉ କାର୍ଯ୍ୟକାରୀ କରାଯାଊ ନାହିଁ।।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଆହୁରି କହିଛନ୍ତି, ଏକ ପ୍ରକାରେ ପୁରୁଣା ନେତାମାନେ ଶେଷ ହୋଇଗଲେଣି ଏବଂ ନୂଆ ନେତାଙ୍କୁ ଗଢ଼ାଯିବା ଆବଶ୍ୟକ।
ଗାନ୍ଧୀ ବିଜେପି-ଆରଏସଏସର ତୀବ୍ର ସମାଲୋଚନା କରି କହିଛନ୍ତି, ସେମାନଙ୍କର (ବିଜେପି-ଆରଏସଏସ) ଦୃଷ୍ଟିକୋଣ ଘୃଣା, ଭୟ ଓ କ୍ରୋଧରେ ପୂର୍ଣ୍ଣ। ଆମର ଦୃଷ୍ଟିକୋଣ ସେମାନଙ୍କଠାରୁ ଭିନ୍ନ ହେବା ଉଚିତ୍। ଆମର ଦୃଷ୍ଟିକୋଣ ପ୍ରେମ, ସ୍ନେହ ଏବଂ ଲୋକଙ୍କର ଆକାଂକ୍ଷା ଓ ଇଚ୍ଛାର ଗଭୀର ବୁଝାମଣା ଉପରେ ଆଧାରିତ ହେବା ଉଚିତ୍।
ସେ ଆହୁରି କହିଛନ୍ତି ଯେ ସେ ଶୁକ୍ରବାର ସମ୍ମିଳନୀରେ ଭାଷଣ ଦେବାର ଥିଲା, କିନ୍ତୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ତାଙ୍କୁ କାଶ୍ମୀର ଯିବାକୁ ପଡ଼ିଥିଲା। ଆକ୍ରମଣ ପରେ ଭାରତ ସହ ଏକଜୁଟତା ପ୍ରଦର୍ଶନ କରିଥିବାରୁ ସେ ସମ୍ମିଳନୀର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।