Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଅମୃତସରରେ ମନ୍ଦିରରେ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ପୂଜାରୀ
FMNEWS.IN
15-03-2025
ଚଣ୍ଡିଗଡ, 15 ମାର୍ଚ୍ଚ ପଂଜାବର ଅମୃତସରରେ ହୋଲି ରାତିରେ ଦୁର୍ବୃତ୍ତମାନେ ଏକ ମନ୍ଦିରକୁ ଟାର୍ଗେଟ କରିଛନ୍ତି । ପୋଲିସ ଏକ ମନ୍ଦିର ଉପରେ ଆକ୍ରମଣ ଘଟଣାକୁ ସ୍ୱୀକାର କରିଛି, କିନ୍ତୁ ବିସ୍ଫୋରଣରେ କେଉଁଭଳି ବିସ୍ଫୋଟକ ବ୍ୟବହାର କରାଯାଇଛି, ପୋଲିସ ସେ ନେଇ କୌଣସି ସୂଚନା ଦେଇନି । ମନ୍ଦିରକୁ ବୋମା ମାଡ କିମ୍ବା ପୂର୍ବ ଭଳି ଗ୍ରେନେଡ ମାଡ ହୋଇଛି ଜଣାପଡିନି । ଶୁକ୍ରବାର ରାତି ପ୍ରାୟ ଗୋଟାଏ ବେଳେ ଅମୃତସରର ଖଣ୍ଡୱାଲ ଅଂଚଳରେ ଥିବା ଠାକୁରଦ୍ୱାରା ମନ୍ଦିର ଉପରକୁ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀ ବାଇକରେ ଥିବା ଦୁଇ ଯୁବକ । ମନ୍ଦିରକୁ ଉପରେ ବୋମା ପରି କିଛି ବସ୍ତୁ ଫିଙ୍ଗିଥିବା ଜଣାପଡିଛି ।