Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଅମୃତସରରେ ମନ୍ଦିରରେ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ପୂଜାରୀ
FMNEWS.IN
15-03-2025
ଚଣ୍ଡିଗଡ, 15 ମାର୍ଚ୍ଚ ପଂଜାବର ଅମୃତସରରେ ହୋଲି ରାତିରେ ଦୁର୍ବୃତ୍ତମାନେ ଏକ ମନ୍ଦିରକୁ ଟାର୍ଗେଟ କରିଛନ୍ତି । ପୋଲିସ ଏକ ମନ୍ଦିର ଉପରେ ଆକ୍ରମଣ ଘଟଣାକୁ ସ୍ୱୀକାର କରିଛି, କିନ୍ତୁ ବିସ୍ଫୋରଣରେ କେଉଁଭଳି ବିସ୍ଫୋଟକ ବ୍ୟବହାର କରାଯାଇଛି, ପୋଲିସ ସେ ନେଇ କୌଣସି ସୂଚନା ଦେଇନି । ମନ୍ଦିରକୁ ବୋମା ମାଡ କିମ୍ବା ପୂର୍ବ ଭଳି ଗ୍ରେନେଡ ମାଡ ହୋଇଛି ଜଣାପଡିନି । ଶୁକ୍ରବାର ରାତି ପ୍ରାୟ ଗୋଟାଏ ବେଳେ ଅମୃତସରର ଖଣ୍ଡୱାଲ ଅଂଚଳରେ ଥିବା ଠାକୁରଦ୍ୱାରା ମନ୍ଦିର ଉପରକୁ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀ ବାଇକରେ ଥିବା ଦୁଇ ଯୁବକ । ମନ୍ଦିରକୁ ଉପରେ ବୋମା ପରି କିଛି ବସ୍ତୁ ଫିଙ୍ଗିଥିବା ଜଣାପଡିଛି ।