Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଉତ୍ତର ପ୍ରଦେଶର ବହରାଇଚରେ ବସ୍-ଅଟୋ ଧକ୍କା, ଗୋଟିଏ ପରିବାରର 5ଜଣ ଲୋକଙ୍କ ମୃତ୍ୟୁ
FMNEWS.IN
15-04-2025
ବହରାଇଚ, 15 ଏପ୍ରିଲ୍ : ଉତ୍ତର ପ୍ରଦେଶର ବହରାଇଚରେ ମଙ୍ଗଳବାର ଦ୍ୱିପ୍ରହରରେ ଏକ ଦ୍ରୁତଗାମୀ ବସ ଅଟୋକୁ ଧକ୍କର ଦେଇଥିଲା । ଦୁର୍ଘଟଣାରେ ଗୋଟିଏ ପରିବାରର 5ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ । ଆହତଙ୍କୁ ମେଡିକାଲ କଲେଜ ପଠାଯାଇଛି । ଏଥିରେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି । ମୁକ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ରେସକ୍ୟୁ ଅପରେସନ ଜୋରଦାର କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରାରମ୍ଭିକ ସୂଚନା ମୁତାବକ ଏହି ଦୁର୍ଘଟଣା ଗୋଂଡା-ବହରାଇଚ ରାସ୍ତାର ଖୁଂଟେହନା ଚୌକିର କାଟିଲିୟା ନିକଟରେ ହୋଇଛି । ସମସ୍ତ ମୃତକ ଓ ଆହତ ହୁଜୁରପୁର ଥାନାର ହିରାପୁର ଗାଁର ବାସିନ୍ଦା ।