BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଉତ୍ତର ପ୍ରଦେଶର ବହରାଇଚରେ ବସ୍-ଅଟୋ ଧକ୍କା, ଗୋଟିଏ ପରିବାରର 5ଜଣ ଲୋକଙ୍କ ମୃତ୍ୟୁ

FMNEWS.IN 15-04-2025
Bus-auto collision in Uttar Pradesh's Bahraich, 5 members of a family killed

ବହରାଇଚ, 15 ଏପ୍ରିଲ୍ : ଉତ୍ତର ପ୍ରଦେଶର ବହରାଇଚରେ ମଙ୍ଗଳବାର ଦ୍ୱିପ୍ରହରରେ ଏକ ଦ୍ରୁତଗାମୀ ବସ ଅଟୋକୁ ଧକ୍କର ଦେଇଥିଲା । ଦୁର୍ଘଟଣାରେ ଗୋଟିଏ ପରିବାରର 5ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ । ଆହତଙ୍କୁ ମେଡିକାଲ କଲେଜ ପଠାଯାଇଛି । ଏଥିରେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି । ମୁକ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ରେସକ୍ୟୁ ଅପରେସନ ଜୋରଦାର କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରାରମ୍ଭିକ ସୂଚନା ମୁତାବକ ଏହି ଦୁର୍ଘଟଣା ଗୋଂଡା-ବହରାଇଚ ରାସ୍ତାର ଖୁଂଟେହନା ଚୌକିର କାଟିଲିୟା ନିକଟରେ ହୋଇଛି । ସମସ୍ତ ମୃତକ ଓ ଆହତ ହୁଜୁରପୁର ଥାନାର ହିରାପୁର ଗାଁର ବାସିନ୍ଦା ।