- ବିହାରର ପୂର୍ଣ୍ଣିଆରେ ‘ଭୋଟର ଅଧିକାର ଯାତ୍ରା’: ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ କଲେ ମୋଟରସାଇକେଲ ଚାଳନା
- ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍ : ହିରାକୁଦ ଜଳଭଣ୍ଡାରରୁ ୮ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
- ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
- 2035 ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ ନିର୍ମାଣ କରିବାକୁ ଯାଉଛି, ପ୍ରଥମ ମଡ୍ୟୁଲ୍ 2028 ସୁଦ୍ଧା ଲଞ୍ଚ ହେବ - ଭି ନାରା...
- ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବ କେବେ ? ଜବାବ ଦେବେ କି ଧର୍ମେନ୍ଦ୍ର ବାବୁ ? କଂଗ୍ରେସ ମାଗିଲା ଊତ୍ତର
ଜୌନପୁରରେ ଭାରସାମ୍ୟ ହରାଇ ଓଲଟିଲା ବସ୍ : ୫ ମୃତ : ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଜୌନପୁର, ୩୦ ମଇ - ଜୌନପୁର ଜିଲ୍ଲା ବକ୍ସା ଥାନା ଅନ୍ତର୍ଗତ ଲଖଉବା ହାଇୱେ ନିକଟରେ ଶୁକ୍ରବାର ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୬ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି । ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏ ସମ୍ପର୍କରେ ଖବର ପାଇବା ପରେ ଜିଲ୍ଲାପାଳ ଡଃ. ଦିନେଶ ଚନ୍ଦ୍ର ସିଂହ ଏବଂ ପୋଲିସ ଅଧିକ୍ଷକ ଡଃ. କୌସ୍ତୁଭ ହସ୍ପିଟାଲରେ ପହଂଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।
ଜିଲ୍ଲାପାଳ ଡଃ. ଦିନେଶ ଚନ୍ଦ୍ର ସିଂହ କହିଛନ୍ତି ଯେ, ଯାତ୍ରୀଙ୍କୁ ପଚରାଉଚରା ବେଳେ ଜଣାପଡିଛି ଯେ, ବଦଲାପୁରରୁ ଜୌନପୁର ସହର ଅଭିମୁଖେ ଆସୁଥିବା ଏକ ଘରୋଇ ବସ୍ ବକ୍ସା ଥାନା ଅନ୍ତର୍ଗତ ଲଖଉବା ହାଇୱେ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ୬ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ରେ ଫସି ରହିଥିବା ଆହତମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତି କରାଯାଇଛି । ମୃତକମାନେ ହେଲେ ବକ୍ସା ଅଂଚଳର ବିଜୟ ଶର୍ମାଙ୍କ ପତ୍ନୀ ସନ୍ଧ୍ୟା ଶର୍ମା (୬୦), ଝାଡ଼ଖଣ୍ଡ ନିବାସୀ ନେମା ଦେବୀ (୬୦), ବସ୍ କଣ୍ଡକ୍ଟର କାଳୀ ଚରଣ (୩୬) ଏବଂ ସୁଶିଳା ଯାଦବ । ଏହା ବ୍ୟତୀତ ଅନ୍ୟ ଜଣେ ମୃତକଙ୍କ ଶବ ଅଦ୍ୟାବଧି ଚିହ୍ନଟ ହୋଇନାହିଁ । ଦୁର୍ଘଟଣାରେ ୬ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତି କରାଯାଇଛି ।