Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଓଲଟିଲା କାର୍ : ବାପ-ପୁଅଙ୍କ ମୃତ୍ୟୁ, ୬ ଗୁରୁତର
FMNEWS.IN
15-03-2025
ମିରଜାପୁର, ୧୫ ମାର୍ଚ୍ଚ - ବାରାଣାସୀ - ଶକ୍ତିନଗର ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୃତ ଗତିରେ ଆସୁଥିବା ଏକ ଇନୋଭା କାର୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ କାର୍ ରେ ଥିବା ବାପ ପୁଅଙ୍କ ମୃତ୍ୟୁ ଘଟିଛି । ଶାଶୁ, ବୋହୂ, ସମେତ ୬ ଜଣ ଗୁରୁତର ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବାରାଣାସୀର ଟ୍ରମା ସେଂଟରକୁ ସ୍ଥାନାନ୍ତରିତ କରାଯାଇଛି ।
ବାରାଣାସୀର ଶିବପୁର ନିବସେୀ ତ୍ରିଲୋକୀନାଥ କେଶରୀ ନିଜ ପରିବାର ସହିତ ସୋନଭଦ୍ରର ଓବରାରେ ବୋହୂ ନେହା କେଶରୀଙ୍କ ବିଦାୟୀ କରିବାକୁ ଯାଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ସେମାନେ ବାରାଣାସୀ ଫେରୁଥିବା ବେଳେ ହନୁମାନ ଘାଟି ନିକଟରେ ତାଙ୍କ କାର୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।