Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଓଲଟିଲା କାର୍ : ବାପ-ପୁଅଙ୍କ ମୃତ୍ୟୁ, ୬ ଗୁରୁତର
FMNEWS.IN
15-03-2025
ମିରଜାପୁର, ୧୫ ମାର୍ଚ୍ଚ - ବାରାଣାସୀ - ଶକ୍ତିନଗର ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୃତ ଗତିରେ ଆସୁଥିବା ଏକ ଇନୋଭା କାର୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ କାର୍ ରେ ଥିବା ବାପ ପୁଅଙ୍କ ମୃତ୍ୟୁ ଘଟିଛି । ଶାଶୁ, ବୋହୂ, ସମେତ ୬ ଜଣ ଗୁରୁତର ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବାରାଣାସୀର ଟ୍ରମା ସେଂଟରକୁ ସ୍ଥାନାନ୍ତରିତ କରାଯାଇଛି ।
ବାରାଣାସୀର ଶିବପୁର ନିବସେୀ ତ୍ରିଲୋକୀନାଥ କେଶରୀ ନିଜ ପରିବାର ସହିତ ସୋନଭଦ୍ରର ଓବରାରେ ବୋହୂ ନେହା କେଶରୀଙ୍କ ବିଦାୟୀ କରିବାକୁ ଯାଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ସେମାନେ ବାରାଣାସୀ ଫେରୁଥିବା ବେଳେ ହନୁମାନ ଘାଟି ନିକଟରେ ତାଙ୍କ କାର୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।