- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଚାରିଧାମ ଯାତ୍ରା : ଯାତ୍ରା ରାସ୍ତାରେ ୪୩୦୦ରୁ ଅଧିକ ଘୋଡ଼ା-ଖଚର ଚାଳକ ସେବା ଯୋଗାଇବେ
ଡେରାଡ଼ୁନ :- ବୁଧବାରଠାରୁ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର ଦ୍ୱାର ଖୋଲିବା ସହିତ ପବିତ୍ର ଚାରିଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଚାରିଧାମ ଯାତ୍ରା ମଧ୍ୟ ଉତରାଖଣ୍ଡର ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖେ । ହୋଟେଲ-ଲଜ୍ ଅପରେଟର, ପରିବହନ ବ୍ୟବସାୟୀ ଏବଂ ଏପରିକି ଘୋଡ଼ା-ଖଚର ଅପରେଟରଙ୍କ ଜୀବିକା ଯାତ୍ରା ଉପରେ ନିର୍ଭରଣ କରେ । ସମାନ କ୍ରମରେ ଏଥର କେଦାରନାଥ ଏବଂ ଯମୁନୋତ୍ରୀ ପଦଯାତ୍ରା ରାସ୍ତାରେ ୪୩୦୦ରୁ ଅଧିକ ଘୋଡ଼ା ଏବଂ ଖଚର ଚାଳକ ସେମାନଙ୍କର ସେବା ଯୋଗାଇବେ ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ, ଭକ୍ତ ମାନଙ୍କ ଯାତ୍ରାକୁ ସୁଖଦ ଏବଂ ଆରାମଦାୟକ କରିବା ପାଇଁ ସଡ଼କ ପରିବହନଠାରୁ ଆରମ୍ଭ କରି ହେଲି ଏବଂ ଘୋଡ଼ା ଓ ଖଚର ପର୍ଯ୍ୟନ୍ତ ସୁବିଧା ଯୋଗାଇ ଦିଆଯାଉଛି । ପଶୁପାନ ବିଭାଗକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ, ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଘୋଡ଼ା-ଖଚ୍ଚରକୁ ଏହି ଯାତ୍ରାରେ ସାମିଲ କରିବା ପାଇଁ । ଯାତ୍ରା ରାସ୍ତାରେ ମଧ୍ୟ ଘୋଡ଼ା-ଖଚ୍ଚର ର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।