Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଜୟପୁରରେ ଫାଟିଲା କେମିକାଲ ଟ୍ୟାଙ୍କର, 11 ମୃତ
FMNEWS.IN
20-12-2024
ଜୟପୁର, 20 ଡିସେମ୍ବର - ରାଜସ୍ଥାନର ରାଜଧାନୀ ଜୟପୁରର ଭାଙ୍କରୋଟା ଥାନା ଅଂଚଳର ଆଜମେର ରୋଡ ସ୍ଥିତ ପୁଷ୍ପରାଜ ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ କେମିକାଲ ଟ୍ୟାଙ୍କର ଫାଟିଛି । ଫଳରେ ଭୟାବହ ନିଆଁ ଲାଗିଥିଲା । ଏହି ଦୁର୍ଘଟଣାରେ 11 ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ନେଇ ଔପଚାରିକ ସୂଚନା ମିଳିନି । ନିଆଁରେ ପୋଡିଯାଇ 24 ଜଣଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଦେଖିବାକୁ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ହସ୍ପିଟାଲରେ ପହଂଚିଛନ୍ତି ।
ଧମାକାର ଶବ୍ଦ ବହୁଦୂର ଯାଏ ଶୁଣିବାକୁ ମିଳିଥିଲା । ନିଆଁ ଏତେ ଭୟାବହ ଥିଲା ଯେ, ତିନି ଶହ ମିଟର ଯାଏ ଅନେକ ବାହାନ ଜଳିଯାଇଥିଲା । 11 ଜଣ ଲୋକ ନିଆଁରେ ଜୀବନ୍ତ ଜଳିଯାଇଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି ।