Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଛତିଶଗଡରେ ଗୁଳି ବିନିମୟ, ପ୍ରଧାନ ଆରକ୍ଷକ ସହିଦ, 4 ନକ୍ସଲଙ୍କ ମୃତଦେହ ଜବତ
FMNEWS.IN
05-01-2025
ନାରାୟଣପୁର/ଦାନ୍ତେୱାଡା, 5 ଜାନୁଆରି- ଛତିଶଗଡର ଦକ୍ଷିଣ ଅବୁଝମାଡରେ ନକ୍ସଲଙ୍କ ସହିତ ଗୁଳି ବିନିମୟରେ ଦାନ୍ତେୱାଡା ଡିଆରଜିର ପ୍ରଧାନ ଆରକ୍ଷକ ସନ୍ନୁ କାରମ ସହିଦ ହୋଇଛନ୍ତି ।
ସର୍ଚ୍ଚ ଅପରେସନ ସମୟରେ ଏବେ ସୁଦ୍ଧା 4ଜଣ ପୋଷାକଧାରୀ ନକ୍ସଲଙ୍କ ମୃତଦେହ ଜବତ ହୋଇଛି । ଏହା ବ୍ୟତୀତ ଏକେ-47, ଏସଏଲଆର ପରି ଅଟୋମେଟିକ ଅସ୍ତ୍ରଶସ୍ତ୍ର ବି ଜବତ କରାଯାଇଛି । ଦାନ୍ତେୱାଡା ପୋଲିସ ଏସପିଙ୍କ ମୁତାବକ ନକ୍ସଲ ବିରୋଧୀ ସର୍ଚ୍ଚ ଅଭିଯାନ ଅନ୍ତର୍ଗତ ଜାନୁୟାରୀ 3ରେ ନାରାୟଣପୁର, ଦାନ୍ତେୱାଡା, ଜଗଦଲପୁର, ପୋଡାଗାଓଁ ଜିଲ୍ଲାର ଡିଆରଜିଙ୍କ ସହିତ ଏସଟିଏଫର ମିଳିତ ଟିମ୍ ଅବୁଝମାଡ ବାହାରିଥିଲେ । ନକ୍ସଲଙ୍କ ଉପସ୍ଥିତିକୁ ଦେଖି ଜାନୁୟାରୀ 4 ତାରିଖ ସନ୍ଧ୍ୟାରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।