Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଆମେରିକାର ଜଣେ ସରକାରୀ କର୍ମଚାରୀଙ୍କ ଦେଶ ଛାଡିବକୁ ରୋକିଲା ଚୀନ, ଚିନ୍ତା ପ୍ରକଟ କଲା ୱାଶିଂଟନ
FMNEWS.IN
23-07-2025
ୱାଶିଂଟନ, 23 ଜୁଲାଇ:-ଚୀନ୍ ଜଣେ ଆମେରିକୀୟ ସରକାରୀ କର୍ମଚାରୀଙ୍କୁ ଦେଶ ଛାଡିବାରୁ ରୋକିବା ନେଇ ଆମେରିକୀୟ ବେଦେଶିକ ବିଭାଗ ମଙ୍ଗଳବାର ଦିନ ସ୍ପଷ୍ଟ କରିଛି। ସେହି କର୍ମଚାରୀ ବ୍ୟକ୍ତିଗତ ଯାତ୍ରାରେ ଚୀନ୍ ଯାଇଥିଲେ, କିନ୍ତୁ ବର୍ତ୍ତମାନ ସେଠାରୁ ବାହାରିବା ପାଇଁ ଅନୁମତି ଦିଆଯାଉନାହିଁ। ଏହି ଘଟଣା ଆମେରିକା ଓ ଚୀନ୍ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଘଟିଛି।
ବିଦେଶ ବିଭାଗ କର୍ମଚାରୀଙ୍କ ନାମ ପ୍ରକାଶ କରିନାହିଁ, କିନ୍ତୁ କହିଛନ୍ତି ଯେ ସେ ଆମେରିକୀୟ ପେଟେଣ୍ଟ ଏବଂ ଟ୍ରେଡମାର୍କ କାର୍ଯ୍ୟାଳୟ ସହିତ ସଂପୃକ୍ତ ଅଟନ୍ତି, ଯାହା ବାଣିଜ୍ୟ ବିଭାଗ ଅଧୀନରେ ଆସେ। ବିଦେଶ ବିଭାଗର ମୁଖପାତ୍ର , ଆମେ ଏହି ମାମଲା ଉପରେ ନଜର ରଖିଛୁ ଏବଂ ଶୀଘ୍ର ସମାଧାନ ପାଇଁ ଚୀନୀ କାର୍ଯ୍ୟାଳୟ ସହ ଆଲୋଚନା ଜାରି ରଖିଛୁ।