- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
କାଶ୍ମୀରରେ ଥଣ୍ଡାର ପ୍ରକୋପ ଜାରି
ଶ୍ରୀନଗର 18 ଜାନୁାରୀ -କାଶ୍ମୀର ବିଭାଗରେ ଥଣ୍ଡାର ପ୍ରକୋପ ଜାରି ହୋଇଛି ଏବଂ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଶୁନ୍ୟରୁ ତଳକୁ ରେକର୍ଡ କରାଯାଇଛି।ଉପତ୍ୟକାର ସବୁଠାରୁ ଥଣ୍ଡା ସ୍ଥାନ ଗୁଲମାର୍ଗ ଯେଉଁଠାରେ ସର୍ବନିମ୍ନ ତାପମାତ୍ରା -8.2 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଏହାରି ମଧ୍ୟରେ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା -0.9 ଡିଗ୍ରୀ ସେଲସିୟସ ରେକର୍ଡ କରଯାଇଥିବାବେଳେ କାଜୀଗୁଣ୍ଡରେ ତାପମାତ୍ରା ଆହୁରି ହ୍ରାସ ପାଇ -2.5 ଡିଗ୍ରୀ ସେଲସିୟସ ହୋଇଛି।ଉପତ୍ୟକାରେ ସବୁଠାରୁ ଥଣ୍ଡା ସ୍ଥାନ ଗୁଲମାର୍ଗ ଯେଉଁଠାରେ ସର୍ବନିମ୍ନ ତାପମାତ୍ରା -8.2 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।ପହଲଗ୍ରାମ ଏବଂ କୋକେରନାଗରେ ତାପମାତ୍ରା କ୍ରମଶଃ -3.4 ଏବଂ -2.8 ସୋନମାର୍ଗ ଏବଂ ଶୋପିୟାଂ ଉଭୟରେ ସର୍ବନିମ୍ନ ତାପମାତ୍ରା -4.2 ଥିବାବେଳେ ଲାର୍ନୁରେ -5.3,କୁପୱାଡାରେସର୍ବନିମ୍ନ ତାପମାତ୍ରା -1.3 ଡିଗ୍ରୀ ସେଲସିୟସ ରହିଥିବାବେଳେ ବାନ୍ଦୀପୋରାରେ -0.3 ଡିଗ୍ରୀ ସେଲସିୟସରେକର୍ଡ କରାଯାଇଛି।ବାରାମୁଳ୍ଳା,ବଡଗାମ,ପୁଲୱାମା,ଖୁଦୱାନୀ ଏବଂ କୁଲଗାମ ଭଳି ଅନ୍ୟ ଅଞ୍ଚଳରେ ମଧ୍ୟ ଫ୍ରିଜ ପଏଣ୍ଟ ତଳେ ରହିଥିଲା ,ଯେଉଁଠି ତାପମାତ୍ରା -1.1 ଡିଗ୍ରୀ ସେଲସିୟସ ରୁ -3.5 ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି।