Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ବିହାର ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଓ ଆରଜେଡିର ବୈଠକ
FMNEWS.IN
15-04-2025
ନୂଆଦିଲ୍ଲୀ, 15 ଏପ୍ରିଲ୍ - ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ରଣନୀତି ବନାଇବାରେ ଲାଗିପଡିଛନ୍ତି । ଏହି କ୍ରମରେ ମଙ୍ଗଳବାର ଦିଲ୍ଲୀରେ ଆରଜେଡି ଓ କଂଗ୍ରେସ ମଧ୍ୟରେ ବୈଠକ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ବସିଥିବା ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀତେଜସ୍ୱୀ ଯାଦବ ଭାଗ ନେଇଥିଲେ । ଆଗାମୀ ନିର୍ବାଚନ ରଣନୀତି ନେଇ ଏବେ ଏପ୍ରିଲ 17ରେ ବୈଠକ ଡକାଯାଇଛି । ଏହି ବୈଠକରେ ବିରୋଧୀଙ୍କ ଅନ୍ୟ ଦଳର ପ୍ରତିନିଧି ବି ଭାଗ ନେବେ । ଖଡଗେଙ୍କ ବାସଭବନରେ ବସିଥିବା ଏହି ବୈଠକରେ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ, ବିହାର କଂଗ୍ରେସ ପ୍ରଭାରୀ କୃଷ୍ଣା ଅଲ୍ଲାଭରୁ ଓ ପାର୍ଟିର ରାଜ୍ୟ ଅଧ୍ୟକ୍ଷ ରାଜେଶ କୁମାର ବି ସାମିଲ ହୋଇଥିଲେ । ସେହିପରି ଆରଜେଡି ସାଂସଦ ମନୋଜ ଝା ବି ବୈଠକରେ ସାମିଲ ହୋଇଥିଲେ ।