Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିହାର ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଓ ଆରଜେଡିର ବୈଠକ
FMNEWS.IN
15-04-2025
ନୂଆଦିଲ୍ଲୀ, 15 ଏପ୍ରିଲ୍ - ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ରଣନୀତି ବନାଇବାରେ ଲାଗିପଡିଛନ୍ତି । ଏହି କ୍ରମରେ ମଙ୍ଗଳବାର ଦିଲ୍ଲୀରେ ଆରଜେଡି ଓ କଂଗ୍ରେସ ମଧ୍ୟରେ ବୈଠକ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ବସିଥିବା ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀତେଜସ୍ୱୀ ଯାଦବ ଭାଗ ନେଇଥିଲେ । ଆଗାମୀ ନିର୍ବାଚନ ରଣନୀତି ନେଇ ଏବେ ଏପ୍ରିଲ 17ରେ ବୈଠକ ଡକାଯାଇଛି । ଏହି ବୈଠକରେ ବିରୋଧୀଙ୍କ ଅନ୍ୟ ଦଳର ପ୍ରତିନିଧି ବି ଭାଗ ନେବେ । ଖଡଗେଙ୍କ ବାସଭବନରେ ବସିଥିବା ଏହି ବୈଠକରେ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ, ବିହାର କଂଗ୍ରେସ ପ୍ରଭାରୀ କୃଷ୍ଣା ଅଲ୍ଲାଭରୁ ଓ ପାର୍ଟିର ରାଜ୍ୟ ଅଧ୍ୟକ୍ଷ ରାଜେଶ କୁମାର ବି ସାମିଲ ହୋଇଥିଲେ । ସେହିପରି ଆରଜେଡି ସାଂସଦ ମନୋଜ ଝା ବି ବୈଠକରେ ସାମିଲ ହୋଇଥିଲେ ।