BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

7ଦିନ ଯାଏ ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କଲା କଂଗ୍ରେସ

FMNEWS.IN 27-12-2024
Congress cancels all events for 7 days

ନୂଆଦିଲ୍ଲୀ, 27 ଡିସେମ୍ବର -ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ସମ୍ମାନରେ କଂଗ୍ରେସର ସ୍ଥାପନା ଦିବସ ସମାରୋହ ସହିତ ସମସ୍ତ ଔପଚାରିକ କାର୍ଯ୍ୟକ୍ରମ ଆଗାମୀ 7ଦିନ ଯାଏ ରଦ୍ଦ କରାଯାଇଛି । କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ମହାସଚିବ କେସି ବେଣୁଗୋପାଳ ଗତକାଲି ରାତିରେ ଏହି ସୂଚନା ଦେଇଛନ୍ତି ।

କେସି ବେଣୁଗୋପାଳ କହିଛନ୍ତି ଯେ, ରଦ୍ଦ କରାଯାଇଥିବା କାର୍ଯ୍ୟକ୍ରମରେ ସମସ୍ତ ଆନ୍ଦୋଳନାତ୍ମକ ଓ ଆଉଟରିଜ କାର୍ଯ୍ୟକ୍ରମ ସାମିଲ ରହିଛି । ପାର୍ଟିର କାର୍ଯ୍ୟକ୍ରମ ଜାନୁୟାରୀ 3 , 2025ରୁ ପୁଣି ଥରେ ଆରମ୍ଭ ହେବ । ଶୋକର ଏହି ଅବଧି ସମୟରେ ପାର୍ଟିର ପତାକା ଅର୍ଦ୍ଧନମିତ ରହିବ ।