Breaking News
            - ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
 - ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
 - ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
 - ବିଜେଡି ନିଜ ପାର୍ଟିର ହୋଇ ପାରିଲାନି କି ମାଟିର ମଧ୍ୟ ହେଲାନି : କଂଗ୍ରେସ
 - ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ଖେଳ : ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ
 
7ଦିନ ଯାଏ ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କଲା କଂଗ୍ରେସ
 
                  
                      
                         FMNEWS.IN
                     
                   
                  
                  27-12-2024                  
              
                                          
              ନୂଆଦିଲ୍ଲୀ, 27 ଡିସେମ୍ବର -ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ସମ୍ମାନରେ କଂଗ୍ରେସର ସ୍ଥାପନା ଦିବସ ସମାରୋହ ସହିତ ସମସ୍ତ ଔପଚାରିକ କାର୍ଯ୍ୟକ୍ରମ ଆଗାମୀ 7ଦିନ ଯାଏ ରଦ୍ଦ କରାଯାଇଛି । କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ମହାସଚିବ କେସି ବେଣୁଗୋପାଳ ଗତକାଲି ରାତିରେ ଏହି ସୂଚନା ଦେଇଛନ୍ତି ।
କେସି ବେଣୁଗୋପାଳ କହିଛନ୍ତି ଯେ, ରଦ୍ଦ କରାଯାଇଥିବା କାର୍ଯ୍ୟକ୍ରମରେ ସମସ୍ତ ଆନ୍ଦୋଳନାତ୍ମକ ଓ ଆଉଟରିଜ କାର୍ଯ୍ୟକ୍ରମ ସାମିଲ ରହିଛି । ପାର୍ଟିର କାର୍ଯ୍ୟକ୍ରମ ଜାନୁୟାରୀ 3 , 2025ରୁ ପୁଣି ଥରେ ଆରମ୍ଭ ହେବ । ଶୋକର ଏହି ଅବଧି ସମୟରେ ପାର୍ଟିର ପତାକା ଅର୍ଦ୍ଧନମିତ ରହିବ ।