- ମାଲକାନଗିରି ମୋଟୁରୁ 'ଗାନ୍ଧୀ ପଥେ ପଦଯାତ୍ରା' ଆରମ୍ଭ: ମାଲକାନଗିରିରୁ ମୟୂରଭଞ୍ଜ ବର୍ଷବ୍ୟାପୀ ଚାଲିବ ଏହି ପଦଯାତ୍ରା
- ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨ ଓ ୩ ଦୁଇଦିନ,ନୂଆପଡ଼ା ନିର୍ବାଚନ ପରେ ଦ୍ୱିତୀୟ ପଦଯାତ୍ରା
- ମୋଦୀଙ୍କ ବକ୍ତବ୍ୟକୁ କ଼଼ଡା ସମାଲୋଚନା କଲେ ପିସିସି ସଭାପତି ଭକ୍ତ ଦାସ,କହିଲେ ଓଡିଶାର ଖଣିଖାଦାନ ଲୁଟିବାରେ ମାତିଛି...
- 'ଭୋଟ୍ ଚୋର ଗାଦି ଛାଡ' ଦସ୍ତଖତ ଅଭିଯାନ ତ୍ବରାନ୍ବିତ
- କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଗ୍ରହଣୀୟତାରେ ମୋଦୀ ଭୟଭୀତ: ଭକ୍ତ ଦାସ୍
ଜିଏସଟି ପରିଷଦ ବୈଠକ ପୂର୍ବରୁ ସ୍ଲାବ ହ୍ରାସ କରିବାକୁ କଂଗ୍ରେସର ଦାବି

(FM News):-- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲାଲକିଲ୍ଲାର ପ୍ରାଚୀରରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି)ରେ ସୁଧାରର ଘୋଷଣା ପରେ ଏବଂ ଆଗାମୀ ସେପ୍ଟେମ୍ବର ୩-୪ ରେ ହେବାକୁ ଥିବା ଜିଏସଟି ପରିଷଦ ବୈଠକ ପୂର୍ବରୁ ଜିଏସଟି ସ୍ଲାବ ର ସଂଖ୍ୟା ହ୍ରାସ କରିବାକୁ କଂଗ୍ରେସ ଦାବି କରିଛି ।
କଂଗ୍ରେସ ମହାସଚିବ ଜୟରାମ ରମେଶ ଶନିବାର ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଜିଏସଟି ସ୍ଲାବ ସଂଖ୍ୟା ଚାରିରୁ ଦୁଇକୁ ହ୍ରାସ କରାଯିବା ଉଚିତ୍ ଏବଂ ଏମଏସଏମଇ କ୍ଷେତ୍ର ପାଇଁ ପ୍ରକ୍ରିୟାଗୁଡ଼ିକୁ ସରଳ କରାଯିବା ଉଚିତ୍ । ସେ ଦାବି କରିଛନ୍ତି ଯେ, ବିରୋଧୀ ଶାସିତ ଆଠଟି ରାଜ୍ୟ କର୍ଣ୍ଣାଟକ, କେରଳ, ପଞ୍ଜାବ, ହିମାଚଳ ପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ତାମିଲନାଡୁ, ଝାଡ଼ଖଣ୍ଡ ସାଧାରଣ ବ୍ୟବହାର ସାମଗ୍ରୀ ପାଇଁ ଜିଏସଟି ଦର ହ୍ରାସ ଏବଂ ସ୍ଲାବ ସଂଖ୍ୟା ହ୍ରାସ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ, ଏହି ଆଠଟି ରାଜ୍ୟ ଜିଏସଟି ଦରରେ ହ୍ରାସ ଏବଂ ସ୍ଲାବ ସଂଖ୍ୟା ହ୍ରାସ ପ୍ରସ୍ତାବକୁ ସମର୍ଥନ କରିବା ସହିତ କିଛି ଦାବି ମଧ୍ୟ କରିଛନ୍ତି । ପ୍ରଥମ ଦାବି ହେଉଛି ଟିକସ ହାର ହ୍ରାସର ସିଧାସଳଖ ଲାଭ ଗ୍ରାହକଙ୍କ ପାଖରେ ପହଂଚିବା ପାଇଁ ଏକ ବ୍ୟବସ୍ଥା ସୃଷ୍ଟି କରାଯିବା ଉଚିତ । ଦ୍ୱିତୀୟ ଦାବି ହେଉଛି ରାଜ୍ୟଗୁଡ଼ିକୁ ଆଗାମୀ ପାଂଚ ବର୍ଷ ପାଇଁ କ୍ଷତିପୂରଣ ଦିଆଯିବା ଉଚିତ, ଯେଉଁଥିରେ ୨୦୨୪-୨୫ କୁ ମୂଳ ବର୍ଷ ଭାବରେ ବିବେଚନା କରାଯିବା ଉଚିତ, କାରଣ ଟିକସ ହ୍ରାସ ରାଜ୍ୟଗୁଡ଼ିକର ଆୟକୁ ପ୍ରଭାବିତ କରିପାରେ । ତୃତୀୟ ଦାବି ହେଉଛି ବିଳାସପୂର୍ଣ୍ଣ ଏବଂ ସିନ ଗୁଡସ୍(ଯେଉଁ ଉତ୍ପାଦଗୁଡ଼ିକର ବ୍ୟବହାର ସାଧାରଣତଃ ସ୍ୱାସ୍ଥ୍ୟ, ସମାଜ କିମ୍ବା ନୈତିକ ମୂଲ୍ୟବୋଧ ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ) ଉପରେ ୪୦ ପ୍ରତିଶତରୁ ଅଧିକ ଅତିରିକ୍ତ ଟିକସ ଲାଗୁ କରାଯିବା ଉଚିତ ଏବଂ ଏଥିରୁ ସମ୍ପୂର୍ଣ୍ଣ ଆୟ ରାଜ୍ୟଗୁଡ଼ିକୁ ଦିଆଯିବା ଉଚିତ ।