ପହଲଗାମ ପ୍ରସଙ୍ଗରେ କଂଗ୍ରେସର ସିଡବ୍ଲୁସି ବୈଠକ : ଆବଶ୍ୟକତା ରହିଛି ଏକତା ଓ ଏକଜୁଟ୍ ; କିନ୍ତୁ ବିଜେପି ଅବିଶ୍ୱାସ, ଧ୍ରୁବିକରଣ, ଓ ବିଭାଜନକୁ ପ୍ରୋତ୍ସାହନ ଦେଊଛି

FMNEWS.IN 24-04-2025
Congress held CWC meeting on Pahalgam issue, targetS BJP

By Jagadananda Pradhan

(Fast Mail News):--- କଂଗ୍ରେସ ପହଲଗାମ ଆକ୍ରମଣକୁ ଦୃଷ୍ଟିରେ ରଖି ତାର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ଗ୍ରୁପ କଂଗ୍ରେସ କାର୍ଯ୍ୟକାରୀ କମିଟିର ଗୁରୁବାର ପାର୍ଟି ମୁଖ୍ୟାଳୟରେ ଏକ ବୈଠକ ଆୟୋଜନ କରିଛି। ବୈଠକରେ ବହୁପ୍ରସ୍ତାବ ପାରିତ କରାଯାଇଛି ।ପ୍ରସ୍ତାବରେ ଆତଙ୍କବାଦୀ ଆକ୍ରମଣର ନିନ୍ଦା କରି ଶାନ୍ତି ପାଇଁଅପିଲ କରାଯାଇଛି।ତେବେ ଏହି ପ୍ରସଙ୍ଗରେ ପାର୍ଟି ବିଜେପି ଉପରେ ନିଶାନା ସାଧିଛନ୍ତି ଓ ଜମ୍ମୁ କଶ୍ମୀରର ଲୋକଙ୍କ ଆଜିବୀକା ଉପରେ ଆକ୍ରମଣର ପ୍ରଭାବ ଚିନ୍ତା ବ୍ୟକ୍ତ କରିଛି । କଂଗ୍ରେସ ବିଜେପି ଉପରେ ଅଭିଯୋଗ ଆଣିଛି ଯେ, ସେ ଏହି ଗୁରୁତର ଟ୍ରାଜେଡିର ରାଜନୈତିକ ଲାଭ ଉଠାଇବାକୁ ଉଦ୍ୟମ କରୁଛି ।

କଂଗ୍ରେସ ତାର ପ୍ରସ୍ତାବରେ କହିଛି ଯେ, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କଥା ଯେ, ବିଜେପି ଏହି ଗୁରୁତର ଟ୍ରାଜେଡିର ଦୂରୁପଯୋଗ ତାର ଔପଚାରିକ ଓ ପରୋକ୍ଷ ସୋସିଆଲ ମିଡିଆ ମଂଚ ମାଧ୍ୟମରେ ଏବଂ ଅଧିକ ବିମନସ୍ୟ, ଅବିଶ୍ୱାସ, ଧ୍ରୁବିକରଣ, ବିଭାଜନ ବିସ୍ତାର କରିବା ପାଇଁ କରୁଛି, ଯେତେବେଳେ କି ଏହି ସମୟ ସବୁଠୁ ଅଧିକ ଆବଶ୍ୟକତା ଏକତା ଓ ଏକଜୁଟତାର ଅଟେ ।

ବୈଠକ ପରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ଅହମଦ ମୀର ଦାବି କରିଛନ୍ତି ଯେ ସୁରକ୍ଷା ଓ ଗୁଇନ୍ଦା ବିଫଳତାର ପ୍ରଶ୍ନ ମଧ୍ୟ ରହିଛି। ସେ କହିଛନ୍ତି, ଏପରି ସୂଚନା ରହିଛି ଯେ କିଛି ପୂର୍ବ ସୂଚନା ମିଳିଥିଲା। ଏପରି ପରିସ୍ଥିତିରେ ଆମ ଏଜେନ୍ସି ଓ ସୁରକ୍ଷା କର୍ମୀମାନେ ଅଧିକ ସତର୍କ ରହିବା ଉଚିତ ଥିଲା। ଏହା ଆମର ଚିନ୍ତାର ବିଷୟ। ମୀର କହିଛନ୍ତି ଯେ ସେଠାରେ ପୂର୍ବ ଅପେକ୍ଷା କମ ସୁରକ୍ଷା ଥିଲା।

କଂଗ୍ରେସ କାର୍ଯ୍ୟକାରୀ ସମିତି ଦ୍ୱାରା ପାରିତ ପ୍ରସ୍ତାବ:

CWC ପ୍ରସ୍ତାବରେ କୁହାଯାଇଛି ଯେ ଜମ୍ମୁ-କଶ୍ମୀରର ପହଲଗାମରେ ଘଟିଥିବା ନୃଶଂସ ଆତଙ୍କବାଦୀ ଆକ୍ରମଣ ପାଇଁ ଗଭୀର ଦୁଃଖ ଓ ନିନ୍ଦା ପ୍ରକାଶ କରୁଛୁ, ଯେଉଁଥିରେ ୨୬ ନିରୀହ ପର୍ଯ୍ୟଟକଙ୍କ ଜୀବନ ଯାଇଛି ଏବଂ ୨୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । CWC ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଏହି ଦୁଃଖ ସମୟରେ ସେମାନଙ୍କ ସହ ହୃଦୟରୁ ଛିଡ଼ା ହୋଇଛି।

ପାକିସ୍ତାନ ଦ୍ୱାରା ରଚିତ ଏହି ଭୀରୁଓ ପୂର୍ବପରିକଳ୍ପିତ ଆତଙ୍କବାଦୀ କାର୍ଯ୍ୟ ଆମ ଗଣତନ୍ତ୍ରର ମୂଲ୍ୟବୋଧ ଉପରେ ସିଧାସଳଖ ଆକ୍ରମଣ କରିଛି ।ତେଣୁ CWC ଶାନ୍ତି ବଜାୟ ରଖିବାକୁ ଆହ୍ୱାନ କରିଛି ଏବଂ ସୀମାପାର ଆତଙ୍କବାଦର ମୁକାବିଲା ପାଇଁ ଭାରତୀୟ ଜାତୀୟ କଂଗ୍ରେସର ଦୀର୍ଘକାଳୀନ ସଂକଳ୍ପକୁ ଦୃଢ଼ତା ଓ ଏକତାର ସହ ପୁଷ୍ଟି କରୁଛି।

ପ୍ରସ୍ତାବରେ ଆହୁରି କୁହାଯାଇଛି ଯେ CWC ସ୍ଥାନୀୟ ପର୍ଯ୍ୟଟକ ଗାଇଡମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ଜଣେ ଭାରତର ଆଦର୍ଶକୁ ବଜାୟ ରଖିବା ପାଇଁ ପର୍ଯ୍ୟଟକମାନଙ୍କୁ ନିଃସ୍ୱାର୍ଥପୂର୍ଣ୍ଣ ଭାବେ ରକ୍ଷା କରିବାକୁ ଚେଷ୍ଟା କରୁଥିବା ବେଳେ ଶହୀଦ ହୋଇଥିଲେ।

ପ୍ରସ୍ତାବରେ କୁହାଯାଇଛି ଯେ ପହଲଗାମକୁ ଏକ ଉଚ୍ଚ ସୁରକ୍ଷିତଅଞ୍ଚଳ ବୋଲି ବିବେଚନା କରାଯାଇଥାଏ, ଯାହା କି ତିନି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଦ୍ୱାରା ସୁରକ୍ଷିତ ହେବା କଥା । ଗୁଇନ୍ଦା ବିଫଳତା ଓ ସୁରକ୍ଷା ତ୍ରୁଟିଗୁଡ଼ିକର ବିସ୍ତୃତ ବିଶ୍ଳେଷଣ କରିବା ଜରୁରୀ,ଯେଊଁଥିପାଇଁ କେନ୍ଦ୍ରଶାସିତ ଅଞ୍ଚଳରେ ଏପରି ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ସକ୍ଷମ ହୋଇଛଛନ୍ତି। ଏହା ଏପରି ଏକ ଅଞ୍ଚଳ ଯାହା ସିଧାସଳଖ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର ଅଧିନରେ ରହିଛି। ଏହି ପ୍ରଶ୍ନଗୁଡ଼ିକୁ ବୃହତ୍ତର ଜନସ୍ୱାର୍ଥରେ ଉଠାଇବା ଉଚିତ ହେବ।

CWC ମଧ୍ୟ ଉଲ୍ଲେଖ କରିଛି ଯେ ଅମରନାଥ ଯାତ୍ରା ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ବାର୍ଷିକ ଯାତ୍ରାରେ ଭାରତର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଅଂଶଗ୍ରହଣ କରିଥାନ୍ତି ଏବଂ ସେମାନଙ୍କ ସୁରକ୍ଷାକୁ ଜାତୀୟ ପ୍ରାଥମିକତା ବୋଲି ବିବେଚନା କରାଯିବା ଉଚିତ। ତେଣୁ ବିଳମ୍ବ ନକରି ଦୃଢ଼, ସ୍ୱଚ୍ଛ ଏବଂ ସକ୍ରିୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଉଚିତ। ତୀର୍ଥଯାତ୍ରୀଙ୍କ ସୁରକ୍ଷା ସହିତ ଜମ୍ମୁ ଓ କଶ୍ମୀରର ଲୋକଙ୍କ ଜୀବିକା, ଯେଉଁମାନେ ଅନେକେ ପର୍ଯ୍ୟଟନ ଉପରେ ନିର୍ଭରଶୀଳ, ସେମାନଙ୍କୁ ସମ୍ପୂର୍ଣ୍ଣ ନିଷ୍ଠା ଓ ଗମ୍ଭୀରତାର ସହ ସୁରକ୍ଷା ଦିଆଯିବା ଉଚିତ।

ପ୍ରସ୍ତାବରେ ଆହୁରି କୁହାଯାଇଛି ଯେ ଏହି ନରସଂହାରର ଜମ୍ମୁ ଓ କଶ୍ମୀରର ସମସ୍ତ ରାଜନୈତିକ ଦଳ ଏବଂ ଏହାର ସମସ୍ତ ନାଗରିକ ନିନ୍ଦା କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା BJP ତାଙ୍କର ଆଧିକାରିକ ଓ ପ୍ରକ୍ସି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଏହି ଗୁରୁତର ଘଟଣାର ଫାଇଦା ଉଠାଇବା ପାଇଁ ଏପରି ସମୟରେ ଅଧିକ ବିଭେଦ, ଅବିଶ୍ୱାସ, ଧ୍ରୁବୀକରଣ ଓ ବିଭାଜନକୁ ପ୍ରୋତ୍ସାହିତ କରୁଛି, ଯେତେବେଳେ ଏକତା ଓ ସଂହତିର ଅଧିକ ଆବଶ୍ୟକତା ରହିଛି।

କଂଗ୍ରେସ ଏହାରପୁରୁଣା ମୁଖ୍ୟାଳୟ ୨୪ ଅକବର ରୋଡ ଠାରେ ଅନୁଷ୍ଠିତ ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଦଳୀୟ ସାଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କାର୍ଯ୍ୟକାରୀ ସମିତିର ଅନେକ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ଆକ୍ରମଣ ପରେ ତାଙ୍କ ଆମେରିକା ଗସ୍ତକୁ ମଝିରେ ବାତିଲ କରି ଦେଶକୁ ଫେରିଥିଲେ ଏବଂ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। କଂଗ୍ରେସ ନେତାମାନେ କିଛି ମୁହୂର୍ତ୍ତ ମୌନ ରହି ପହଲଗାମ ଆକ୍ରମଣରେ ନିହତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।