Breaking News
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
- ତାମିଲନାଡୁର ତ୍ରିଚିରେ ଅମିତ ଶାହ; ଆସନ ବଂଟନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ହୋଇଛି ତୀବ୍ର
- ୨୮ତମ ସମ୍ବଲପୁର ଲୋକ ମହୋତ୍ସବର ୨ୟ ରଜନୀ: ସମ୍ବଲପୁର ମାଟିର ମହକ ଓ ମହିମା ରହିଛି : ବିଧାୟକ ସୁଦର୍ଶନ ହରିପାଲ
- କୃତୀ ଛାତ୍ରଛାତ୍ରୀଙ୍କୁ ଡ଼. ସତ୍ୟାନନ୍ଦ ପଣ୍ଡାଙ୍କ 8ମ ଶ୍ରାଦ୍ଧବାର୍ଷିକୀରେ ମେଧାବୃତ୍ତି ପ୍ରଦାନ
- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
FMNEWS.IN
23-11-2025
ନୂଆଦିଲ୍ଲୀ, 23 ନଭେମ୍ବର - ଆସାମର ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ତରୁଣ ଗୋଗୋଇଙ୍କ ପୁଣ୍ୟତିଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କୁ ଆସାମରେ ଉଗ୍ରବାଦ ନିୟନ୍ତ୍ରଣ କରି, ସୌହାର୍ଦ୍ଦ୍ୟ ସ୍ଥାପନ କରିଥିବା ନେତା ବୋଲି କହିଛନ୍ତି ।
ଖଡ଼ଗେ କହିଛନ୍ତି ଯେ ତରୁଣ ଗୋଗୋଇଙ୍କ ନିଷ୍ପତ୍ତିମୂଳକ ଭୂମିକା ଆସାମରେ ଉଗ୍ରବାଦକୁ ନିୟନ୍ତ୍ରଣ କରିବା, ସୌହାର୍ଦ୍ଦ୍ୟ ସ୍ଥାପନ କରିବା ଏବଂ ରାଜ୍ୟରେ ଶାନ୍ତି ଓ ପ୍ରଗତିର ପଥ ପ୍ରସ୍ତୁତ କରିବାରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଥିଲା।
ତରୁଣ ଗୋଗୋଇ (19362020) ଆସାମର ସବୁଠୁ ଦୀର୍ଘସମୟ ଧରି କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଥିଲେ। ଜୋରହାଟର ତାଇ-ଆହୋମ ପରିବାରରେ ଜନ୍ମିତ ଗୋଗୋଇ 1971 ରୁ 1985 ପର୍ଯ୍ୟନ୍ତ ପାଞ୍ଚ ଥର ଲୋକସଭା ସଦସ୍ୟ ଭାବେ ଚୟନ ହେଇଥିଲେ ଏବଂ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ କାମ କରିଥିଲେ। ତାଙ୍କୁ 2021ରେ ମରଣୋତ୍ତର ପଦ୍ମ ଭୂଷଣ ସମ୍ମାନରେ ଅଳଙ୍କୃତ କରାଯାଇଥିଲା।