Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଅମିତ ଶାହଙ୍କ ଇସ୍ତଫା ଦାବିକୁ ନେଇ ଆସନ୍ତା ସପ୍ତାହରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବ କଂଗ୍ରେସ
FMNEWS.IN
21-12-2024
ନୂଆଦିଲ୍ଲୀ, 21 ଡିସେମ୍ବର - ଆମ୍ବେଦକରଙ୍କ ପ୍ରସଙ୍ଗରେ କଂଗ୍ରେସ ପାର୍ଟି କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବିକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଛି । ପ୍ରମୁଖ ବିରୋଧୀ ଦଳ ଆସନ୍ତା ସପ୍ତାହକୁ ଆମ୍ବେଦକର ସମ୍ମାନ ସପ୍ତାହ ଭାବେ ପାଳନ କରିବ ।
କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ସଙ୍ଗଠନ ମହାସଚିବ କେସି ବେଣୁଗୋପାଳ ଆଜି ଏକ ବକ୍ତବ୍ୟରେ କହିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବିକୁ ନେଇ ଆମର ଆନ୍ଦୋଳନ ଜାରି ରହିବ । ଆମେ ମନସ୍ମୃତି ଉପାସକଙ୍କ ବିରୁଦ୍ଧରେ ବାବା ସାହେବ ଆମ୍ବେଦକରଙ୍କ ଐତିହ୍ୟକୁ ରକ୍ଷା କରିବା ପାଇଁ ଲଢିବେ । କଂଗ୍ରେସ ପାର୍ଟି ଆସନ୍ତା ସପ୍ତାହକୁ ଡ. ଆମ୍ବେଦକର ସମ୍ମାନ ସପ୍ତାହ ଭାବେ ପାଳନ କରିବ ।