- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିହାରରେ ମହାଗଠବନ୍ଧନ ସରକାର ଗଠନ ହେଲେ ରାଜ୍ୟକୁ ମାଫିଆ-ମୁକ୍ତ କରିବ : କଂଗ୍ରେସ
(FM News):-- କଂଗ୍ରେସର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଡକ୍ଟର ଅଖିଲେଶ ପ୍ରସାଦ ସିଂହ ଶୁକ୍ରବାର କହିଛନ୍ତି ଯେ, ଏନ୍ଡିଏର ସରକାର ଆଜି ବିହାରରେ ଚାରିଆଡେ ଲୁଟ୍ ହିଁ ଲୁଟ୍ ଏବଂ ମାଫିଆମାନେ ପ୍ରଭୁତ୍ୱବାନ ହୋଇପଡିଛନ୍ତି। ସେ କହିଛନ୍ତି ଯେ, ବିହାରରେ ଚାଲିଥିବା ମାଫିଆରାଜକୁ ମହାଗଠବନ୍ଧନ ସରକାର ଗଠନ ହେବା ପରେ ରାଜ୍ୟକୁ ମାଫିଆ-ମୁକ୍ତ କରିବେ।
ଡକ୍ଟର ଅଖିଲେଶ ପ୍ରସାଦ ସିଂହ ରାଜ୍ୟ କଂଗ୍ରେସ୍ ମୁଖ୍ୟାଳୟ ସଦାକତ୍ ଆଶ୍ରମରେ ସଂବାଦଦାତାମାନଙ୍କୁ ସମ୍ବୋଧନ କରି କହିଛନ୍ତି, ପୂରା ବିହାର ମାଫିଆମାନଙ୍କର କବଜାରେ ରହିଛି। ସେ କହିଛନ୍ତି ଯେ, କଂଗ୍ରେସ୍ ୧୨ ପ୍ରକାରର ମାଫିୟାଙ୍କୁ ଚିହ୍ନଟ କରିଛି। ଆମର ସରକାର ଆସିବା ପରେ ମାଫିଆ-ମୁକ୍ତ ବିହାର ଗଠନ ହେବ ଏବଂ ଶୁଦ୍ଧ ପାଇଁ ଯୁଦ୍ଧ ଆରମ୍ଭ କରାଯିବ। ପ୍ରତ୍ୟେକ ସ୍ଥାନରୁ ମାଫିଆମାନ ସଫା ହେବେ।
ଅଖିଲେଶ ସିଂହ କହିଛନ୍ତି ଯେ, ମାଫିଆଙ୍କ ପାଇଁ ଆମର ସରକାରରେ ମାତ୍ର ଦୁଇଟି ସ୍ଥାନ ରହିବ ନର୍କକିମ୍ବା ଜେଲ। ମାଫିଆମାନଙ୍କ ବିରୋଧରେ ଆମର ନୀତି ହେବପୀଠରେ ଗୁଳି, ପେଟରେ ଦିଆହେବ ଲାତ। ସେ କହିଛନ୍ତି ଯେ, କଂଗ୍ରେସ୍ ଯେଉଁ ୧୨ ପ୍ରକାରର ମାଫିଆଙ୍କୁ ଚିହ୍ନଟ କରିଛି, ସେମାନଙ୍କରେ ମାଇକ୍ରୋଫାଇନାନ୍ସ, ବାଲି, ମଦ, ଶିକ୍ଷା, ଖଣିଜ, କଣ୍ଟ୍ରାକ୍ଟ-କିଲିଂ, ବଦଳି-ନିୟୋଗ, ସ୍ୱାସ୍ଥ୍ୟ ସାମିଲ।
ସେ କହିଛନ୍ତି ଯେ, ମାଫିଆମାନଙ୍କୁ ଦମନ କରିବା ପାଇଁ ସ୍ୱଚ୍ଛ ଯୋଜନା ପ୍ରସ୍ତୁତ କରାଯାଇଛି।କଂଗ୍ରେସ୍ ନେତା କହିଛନ୍ତି ଯେ, ମାଇକ୍ରୋଫାଇନାନ୍ସ ମାଫିଆମାନଙ୍କର ଶୋଷଣରୁ ପ୍ରାୟ ୧.୯ କୋଟି ମହିଳାମାନେ ରୁଣ ଭାରରେ ବୁଡି ରହିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ସରକାର ଗଠନ ହେବା ପରେ ସୁଧଖୋରୀ ଏବଂ ଅବୈଧ ଚାନ୍ଦା ବିରୋଧରେ କଠୋର ପଦକ୍ଷେପ ନିଆଯିବ, ପୀଡ଼ିତ ମହିଳାମାନଙ୍କୁ ରିହାତି ଦିଆଯିବ ଏବଂ ମାଫିଆମାନଙ୍କର ସମ୍ପତ୍ତିଗୁଡ଼ିକ ଜବତ କରାଯିବ।