BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ଗଙ୍ଗା ବାଲୁକା ଉପରେ ନିର୍ମିତ ଟେଣ୍ଟ ସିଟୀରେ ଭକ୍ତଙ୍କ ଭିଡ ମହାକୁମ୍ଭର ଭବ୍ୟ ଶୁଭାରମ୍ଭ, ସଙ୍ଗମର ବାଲିରେ ଜମିଲା ଆସ୍ଥାର ଭିଡ

FMNEWS.IN 13-01-2025
Crowd of devotees in the tent city built on the sands of the Ganges, grand start of the Mahakumbh, crowd of devotees in the sands of Sangam

ମହାକୁମ୍ଭନଗର, 13 ଜାନୁଆରି:- ବିଶ୍ୱର ସବୁଠୁ ବଡ ସମାଗମ ମହାକୁମ୍ଭର ଶୁଭାରମ୍ଭ ସୋମବାର ପୌଷ ପୂର୍ଣ୍ଣିମା ଅବସରରେ ପ୍ରଥମ ସ୍ନାନରୁ ଆରମ୍ଭ ହୋଇଛି । ସଙ୍ଗମର ବାଲିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଅମୃତ ସ୍ନାନ ପାଇଁ ଚାଲିଚାଲିଯାଉଛନ୍ତି । ଭୋର 3ଟାରୁ ପତିତ ପାବନୀ ଗଙ୍ଗା, ଯମୁନା ଓ ଅଦୃଶ୍ୟ ସରସ୍ୱତୀ ନଦୀର ସଙ୍ଗମରେ ବୁଡ ଲଗାଇବା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ସକାଳ ସାଢେ 9ଟା ସୁଦ୍ଧା 60ଲକ୍ଷ, 11ଟା ସୁଦ୍ଧା 80 ଲକ୍ଷ ପାର୍ କରିଯାଇଥିଲା । ଅପରାହ୍ନ 3ଟା ସୁଦ୍ଧା ଏକ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସଙ୍ଗମରେ ବୁଡ ପକାଇଛନ୍ତି ।

ରାଜ୍ୟର ଡିଜିପି କହିଛନ୍ତି ଯେ, ଅପରାହ୍ନ 3ଟା ସୁଦ୍ଧା ଏକ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ଶ୍ରଦ୍ଧାଳୁଙ୍କ ଏହି ସଂଖ୍ୟା ସକାଳ ସାଢେ 9ଟା ସୁଦ୍ଧା 60 ଲକ୍ଷ ପାର୍ କରିଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ତିନି ହଜାରରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି । ମେଳା କ୍ଷେତ୍ରରେ ଆଂଟି ଡ୍ରୋନ ସିଷ୍ଟମ ବି ଲଗାଯାଇଛି ।

ମାନବତାର ଏହି ଅମୂର୍ତ ସାଂସ୍କୃତି ଐତିହ୍ୟର ସାକ୍ଷୀ ବନିବା, ନିଜ ଜନ୍ମର ପୁଣ୍ୟକୁ ସାକାର କରିବା ଓ ମାନବ ସଭ୍ୟତାର ଏହି ସବୁଠୁ ବଡ ବିଲକ୍ଷଣ କ୍ଷଣର ସାକ୍ଷୀ ପ୍ରଥମ ଦିନ ଦିନ ତୀର୍ଥରାଜ ପ୍ରୟାଗର ସଙ୍ଗମ ନୋଜ ସମେତ ସମସ୍ତ ସ୍ଥାୟୀ ଏବଂ ଅସ୍ଥାୟୀ ଘାଟରେ ଦେଖିବାକୁ ମିଳିଛି ।