- ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବି ଅଗଷ୍ଟ ୭ରେ ପୁରୀ ଜିଲ୍ଲାରେ ବିଜେଡିର ୬ ଘଣ୍ଟିଆ ହରତାଳ
- ସୌମ୍ୟାଶ୍ରୀ ମୃତ୍ୟୁକୁ ନେଇ ଦୁଇ ଏବିଭିପି ସଦସ୍ୟଙ୍କ ଗିରଫ ଘଟଣା -ବିଜେପି ଷଡଯନ୍ତ୍ରକାରୀ, ଏବିଭିପି ହତ୍ୟାକାରୀ: ବିଜେ...
- ଦିବଗଂତା ବଳଙ୍ଗା ପୀଡ଼ିତା, ଏଫଏମ ସ୍ଵୟଂଶାସିତ ମହା ବିଦ୍ୟାଳୟର ପୀଡ଼ିତା ଓ ଧର୍ମଶାଳା ବିଧାୟକଙ୍କ ଦ୍ୱାରା ଅତ୍ୟାଚାରିତ...
- ଆଦିବାସୀ ସମାଜର ଉନ୍ନତି ପାଇଁ ଶିବୁ ସୋରେନଙ୍କ ଅବଦାନ ସର୍ବଦା ସ୍ମରଣୀୟ - ଭକ୍ତ ଦାସ
- କଂଗ୍ରେସର ବଳଙ୍ଗା ଓ ଭୋଗରାଇ ନାରୀ ନ୍ୟାୟ ଯାତ୍ରା ୧୨ ଏବଂ ୧୪ ରେ
ଛତିଶଗଢର ଦନ୍ତେୱାଡା-ବୀଜାପୁର ସୀମାରେ ଏନକାଉଣ୍ଟରରେ ଦୁଇଜଣ ନକ୍ସଲ ନିହତ

ଦନ୍ତେୱାଡା 12 ଅପ୍ରେଲ-ଛତିଶଗଢର ଦନ୍ତେୱାଡା-ବୀଜାପୁର ସୀମାନ୍ତ ଅଞ୍ଚଳର ଇନ୍ଦ୍ରାବତୀ ଟାଇଗର ରିଜର୍ଭର ଜଙ୍ଗଲରେ ଶନିବାର ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ନକ୍ସଲ ନିହତ ହୋଇଛନ୍ତି।ସୁରକ୍ଷାବାହିନୀ ନିହତ ହୋଇଥିବା ଦୁଇ ନକ୍ସଲଙ୍କ ମୃତଦେହ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି।ବସ୍ତର ଆଇଜୀ ସୁନ୍ଦରରାଜ ପୀ. ଏନକାଉଣ୍ଟରକୁ ନିଶ୍ଚିତ କରି କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଦୁଇ ନକ୍ସଲ ନିହତ ହୋଇଛନ୍ତି।ଏନକାଉଣ୍ଟରରେ ସାମିଲ ଥିବା ସମସ୍ତ ସୈନିକ ସୁରକ୍ଷିତ ଅଛନ୍ତି,ଅଞ୍ଚଳରେ ସନ୍ଧାନ ଜାରି ରହିଛି।ଦନ୍ତେୱାଡା ପୋଲିସ ଅଧୀକ୍ଷକ ଗୌରବ ରାୟ କହିଛନ୍ତି ଯେ ଦନ୍ତେୱାଡା -ବୀଜାପୁରର ସରହଦୀ ଅଞ୍ଚଳରେ ଇନ୍ଦ୍ରାବତୀ ଟାଇଗର ରିଜର୍ଭ ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତିର ସୁଚନା ମିଳିଥିଲା,ଯାହାପରେ ସୁରକ୍ଷାବାହିନୀ ଏବଂ ପୋଲିସର ଯବାନମାନଙ୍କୁ ଅପରେସନ ପାଇଁ ପଠାଯାଇଥିଲା।ସେ କହିଛନ୍ତି ଯେ ଉଭୟ ଦନ୍ତେୱାଡା-ବୀଜାପୁର ଜିଲ୍ଲାର ଏହି ମିଳିତ ଅଭିଯାନ।ସର୍ଚ୍ଚ ଅପରେସନ ଏପର୍ଯ୍ୟନ୍ତ ଜାରି ରହିଛି।ଏନକାଉଣ୍ଟରରେ ନକ୍ସଲମାନଙ୍କର ବହୁତ କ୍ଷତି ହେବାର ସମ୍ଭାବନା ରହିଛି।