- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଏଲପିଜି ବିସ୍ଫୋରଣ ମାମଲାରେ ମୃତ୍ୟୁ ସଂଙ୍ଖ୍ୟା 20ରେ ପହଞ୍ଚିଲା
ଜୟପୁର :-ଭାଙ୍କରୋଟାରେ ଗ୍ୟାସ ଟ୍ୟାଙ୍କର ଅଗ୍ନିକାଣ୍ଡ ଘଟିବାର ଶନିବାର ସାତ ଦିନ ହୋଇଛି।ଦୁର୍ଘଟଣାର ଶିକାର ହୋଉଥିବା ରୋଗୀମାନେ ଏବେ ମଧ୍ୟ ମରୁଛନ୍ତି।ମୃତ୍ୟୁସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି।ବିଳମ୍ବିତ ରାତିରେ ପୋଡିଯାଇଥିବା ରୋଗୀଙ୍କ ଏସଏମଏସ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା।ଏପର୍ଯ୍ୟନ୍ତ ଏହି ଦୁଃଖଦ ଦୁର୍ଘଟଣାରେ 20ଜଣଙ୍କର ମୃତ୍ୟୁ ହୋଇଛି।ଏହା ବ୍ୟତୀତ ସାତଜଣ ରୋଗୀ ବର୍ତ୍ତମାନ ମଧ୍ୟ ସଂଙ୍କଟାପର୍ଣ୍ଣ ଅବସ୍ଥାରେ ରହିଛି।ଯାହା ଜୀବନ ଏବଂ ମୃତ୍ୟୁ ମଧ୍ୟରେ ସଙ୍ଘର୍ଷ କରୁଛନ୍ତି।ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।ଏହି ସମସ୍ତ ରୋଗୀ ହସ୍ପିଟାଲରେ ଯନ୍ତ୍ରଣା ଭୋଗୁଛନ୍ତି।ଏମାନଙ୍କ ଶରୀର 60 ପ୍ରତିଶତରୁ ଅଧିକ ଜଳିଯାଇଛି। ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।ଡାକ୍ତରମାନେ କହିଛନ୍ତି ଯେ ପୋଡିଯାଇଥିବା ରୋଗୀ ପରବର୍ତ୍ତୀ 48ଘଣ୍ଟା ଅତ୍ୟଧିକ ଗୁରୁତ୍ୱପୁର୍ଣ୍ଣ।ଏହି ରୋଗୀଙ୍କ ଲିଭର ,କିଡନୀ ଏବଂ ଅନ୍ୟାନ୍ୟ ଅଙ୍ଗଗୁଡିକ ଧୀରେଧୀରେ ପ୍ରଭାବିତ ହେଉଛି।ଯେଉଁଥିପାଇଁ ଏହି ରୋଗୀଙ୍କ ଜୀବନ ବିପଦରେ ଅଛି।ଦୁର୍ଘଟଣାରେ ଜଳିଯାଇଥିବା ରୋଗୀଙ୍କ ସ୍କିନ ଟ୍ରାନ୍ସପ୍ଲାଣ୍ଟ କରାଯାଉଛି।ତଥାପି ରୋଗୀମାନେ ନିରନ୍ତର ମୃତ୍ୟୁବରଣ କରୁଛନ୍ତି।ସୁଚନା ଅନୁଯାୟୀ ଶନିବାର ସକାଳ 6.15 ସମୟରେ ଅଜମେର ବାସିନ୍ଦା ସଲୀମଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଟିଛି।ମେଡିକାଲ ବୋର୍ଡରେ ପୋଷ୍ଟମଟମ ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ।20 ଡିସେମ୍ବର ଜୟପୁର-ଅଜମେର ରାଜପଥରେ ଘଟିଥିବା ଘଟଣାରେ 27 ଜଣ ଲୋକ 80ପ୍ରତିଶତ ଜଳି ଯାଇଥିଲେ।ଏଥିମଧ୍ୟରୁ ସର୍ବାଧିକ ସଂଖ୍ୟା 50ରୁ 55 ପ୍ରତିଶତ ଲୋକ ପୋଡି ଯାଇଥିଲେ।ସଲିମ ମଧ୍ୟ ପ୍ରାୟ 55 ପ୍ରତିଶତ ଜଳିଯାଇଥିଲା। ସଲିମର ଭାଇ ତାଙ୍କୁ ହସ୍ପିଟାଲ ନେବା ସମୟରେ ତାଙ୍କ ସହ ଥିଲେ।