Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପର୍ଯ୍ୟଟକଙ୍କ ପାଇଁ ଭୂସ୍ଵର୍ଗ ପାଲଟିଲା ଦେବଭୂମି
FMNEWS.IN
31-12-2024
ଡେହରାଡୁନ, ୩୧ ଡିସେମ୍ବର - ନବବର୍ଷ ଆରମ୍ଭ ହେବାକୁ ଆଉ କିଛି ଘଂଟା ବାକି ଅଛି । ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ ଉତ୍ସବ ମନାଇବାକୁ ଦେବଭୂମି ଉତରାଖଣ୍ଡର ବରଫ ଆଚ୍ଛାଦିତ ଅଂଚଳରେ ଭିଡ଼ ଜମାଇଲେଣି । ଚା ବଗିଚା ଏବଂ ହିମାଳୟର କୋଳରେ ରହିଥିବା ଏହି ଆକର୍ଷକ ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ନୈନିତାଲ ସହରରେ ଏହି ସମୟରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ହ୍ରଦର ଶାନ୍ତ ପାଣି ଉପରେ ଭାସୁଛି ହାଲକା ହାଲକା କୁହୁଡ଼ି । ଏବଂ ଚର୍ତୁଦିଗରେ ବରଫରେ ଆଚ୍ଛାଦିତ ହୋଇଛି ପାହାଡ଼ । ଯାହାକି ପ୍ରତ୍ୟେକ କ୍ଷଣକୁ ମନୋରମ କରିଛି । ଏଠାକୁ ଆସୁଥିବା ପର୍ଯ୍ୟଟକ ନୌଯାତ୍ରାର ଆନନ୍ଦ ନେବା ସହ ଥଣ୍ଡାରେ ଗରମ ଗରମ ମୋମୋ ଏବଂ ଚା ର ମଜା ନେଉଛନ୍ତି ।