Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
କାଲି ସକାଳ ସାଢେ 9ଟାରେ କଂଗ୍ରେସ ମୁଖ୍ୟାଳୟରୁ ଆରମ୍ଭ ହେବ ଡ.ମନମୋହନ ସିଂହଙ୍କ ଅନ୍ତିମ ଯାତ୍ରା- କେସି ବେଣୁଗୋପାଳ
FMNEWS.IN
27-12-2024
ନୂଆଦିଲ୍ଲୀ, 27 ଡିସେମ୍ବର- ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାର୍ଥିକ ଶରରର ଶନିବାର ସକାଳ 8ଟା ବେଳେ ଏଆଇସିସି ମୁଖ୍ୟାଳୟ ଅଣାଯିବ, ଏଠାରେ ସାଧାରଣ ଲୋକେ ଓ କଂଗ୍ରେସର କାର୍ଯ୍ୟକର୍ତ୍ତା ସକାଳ ସାଢେ 8ଟାରୁ ସାଢେ 9ଟା ଯାଏ ଶ୍ରଦ୍ଧାଂଜଳି ଅର୍ପଣ କରିବେ । ତାଙ୍କ ଅନ୍ତିମ ଯାତ୍ରା କାଲି ସକାଳ ସାଢେ 9ଟାରୁ ଏଆଇସିସି ମୁଖ୍ୟାଳୟରୁ ଆରମ୍ଭ ହେବ ।
କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ଏହି ସୂଚନା ଦେଇ କହିଛନ୍ତି ଯେ, ଡ ମନମୋହନ ସିଂହଙ୍କୁ ଶ୍ରଦ୍ଧାଂଜଳି ଦେବା ପାଇଁ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ କଂଗ୍ରେସ କାର୍ଯ୍ୟ କମିଟିର ବୈଠକ ହେବ । ଏଥିରେ ସିଡବ୍ଲୁସି ସଦସ୍ୟ, ସ୍ଥାୟୀ ଓ ବିଶେଷ ନିମନ୍ତ୍ରିତ ସଦସ୍ୟ ସାମିଲ ହେବେ ।