Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କାଲି ସକାଳ ସାଢେ 9ଟାରେ କଂଗ୍ରେସ ମୁଖ୍ୟାଳୟରୁ ଆରମ୍ଭ ହେବ ଡ.ମନମୋହନ ସିଂହଙ୍କ ଅନ୍ତିମ ଯାତ୍ରା- କେସି ବେଣୁଗୋପାଳ
FMNEWS.IN
27-12-2024
ନୂଆଦିଲ୍ଲୀ, 27 ଡିସେମ୍ବର- ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାର୍ଥିକ ଶରରର ଶନିବାର ସକାଳ 8ଟା ବେଳେ ଏଆଇସିସି ମୁଖ୍ୟାଳୟ ଅଣାଯିବ, ଏଠାରେ ସାଧାରଣ ଲୋକେ ଓ କଂଗ୍ରେସର କାର୍ଯ୍ୟକର୍ତ୍ତା ସକାଳ ସାଢେ 8ଟାରୁ ସାଢେ 9ଟା ଯାଏ ଶ୍ରଦ୍ଧାଂଜଳି ଅର୍ପଣ କରିବେ । ତାଙ୍କ ଅନ୍ତିମ ଯାତ୍ରା କାଲି ସକାଳ ସାଢେ 9ଟାରୁ ଏଆଇସିସି ମୁଖ୍ୟାଳୟରୁ ଆରମ୍ଭ ହେବ ।
କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ଏହି ସୂଚନା ଦେଇ କହିଛନ୍ତି ଯେ, ଡ ମନମୋହନ ସିଂହଙ୍କୁ ଶ୍ରଦ୍ଧାଂଜଳି ଦେବା ପାଇଁ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ କଂଗ୍ରେସ କାର୍ଯ୍ୟ କମିଟିର ବୈଠକ ହେବ । ଏଥିରେ ସିଡବ୍ଲୁସି ସଦସ୍ୟ, ସ୍ଥାୟୀ ଓ ବିଶେଷ ନିମନ୍ତ୍ରିତ ସଦସ୍ୟ ସାମିଲ ହେବେ ।