- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟଙ୍କୁ ଗିରଫ କଲା ଇଡି
ରାୟପୁର, 18 ଜୁଲାଇ - ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି।
ସୂତ୍ର ପକ୍ଷରୁ ଜଣାପଡିଛି ଯେ, ଏହି କାର୍ଯ୍ୟାନୁଷ୍ଠାନ ମଦ ଘୋଟାଲା ସହିତ ସଂପୃକ୍ତ ମନି ଲଣ୍ଡରିଂ ମାମଲା ଅନ୍ତର୍ଗତ ନିଆଯାଇଛି । ଇଡି ଆଜି ସକାଳୁ ଭୂପେଶ ବଘେଲ ଓ ତାଙ୍କ ପୁଅ ଚୈତନ୍ୟଙ୍କ ଠିକଣା ଉପରେ ରେଡ୍ କରିଥିଲା ।
ସୂଚନା ମିଳିଛି ଯେ, ଚୈତନ୍ୟଙ୍କୁ ରାୟପୁର ଅଫିସ୍କୁ ନିଆଯାଇଛି। ଭୂପେଶ ବଘେଲଙ୍କ ସମର୍ଥକମାନେ ଚୈତନ୍ୟଙ୍କ ଗିରଫ ହେବା ଖବର ଶୁଣିବା ପରେ, ସେଠାରେ ନାରାବାଜି ଆରମ୍ଭ କରିଛନ୍ତି ।
ଭୂପେଶ ବଘେଲଙ୍କ ପୂର୍ବତନ ମିଡିଆ ପରାମର୍ଶଦାତା ବିନୋଦ ବର୍ମା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ପୂର୍ବରୁ ଯେତେବେଳେ ଇଡି ରେଡ୍ କରିଥିଲା, ସେ ଦିନ ଭୂପେଶ ବଘେଲଙ୍କ ଜନ୍ମଦିନ ଥିଲା, ଏବଂ ଆଜି ଯେତେବେଳେ ଇଡି ଟିମ୍ ରେଡ୍ କରିଛି, ଆଜି ଚୈତନ୍ୟ ବଘେଲଙ୍କ ଜନ୍ମଦିନ ଅଟେ। ଚୈତନ୍ୟଙ୍କୁ ଆଜି ଇଡି ହେପାଜତକୁ ନେଇଛି।
ସୂତ୍ରମାନେ କହିଛନ୍ତି ଯେ, ତାଙ୍କୁ ମନି ଲଣ୍ଡରି ସଂପୃକ୍ତ ମାମଲାରେ ଗିରଫ କରାଯାଇଛି।