- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପଂଜାବର ମୁକ୍ତସର ସାହିବରେ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, 5 ମୃତ, 25 ଆହତ
ଚଣ୍ଡିଗଡ, 30 ମେ : ପଞ୍ଜାବର ମୁକ୍ତସର ସାହିବ୍ ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ଗତରାତି ଘଟିଥିବା ବିସ୍ଫୋରଣରେ ପାଞ୍ଚଜଣ କାରିଗରଙ୍କ ମୃତ୍ୟୁ ଘଟିଛି ଓ ୨୫ ଜଣ ଅନ୍ୟ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ ଓ ବଠିଣ୍ଡା ଏମ୍ସରେ ଭର୍ତ୍ତି କରାଯାଇଛନ୍ତି। ପ୍ରଶାସନ ପକ୍ଷରୁ ପାଞ୍ଚଜଣ କାରିଗରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି, କିନ୍ତୁ ସେମାନଙ୍କର ବିସ୍ତୃତ ବିବରଣୀ ଜାରି କରାଯାଇନାହିଁ। ବିସ୍ଫୋରଣରେ ସମ୍ପୂର୍ଣ୍ଣ କୋଠା ଧ୍ଵଂସ ହୋଇଯାଇଛି। ଦୁଇଜଣ ବ୍ୟକ୍ତି ନିଖୋଜ ଥିବା କୁହାଯାଉଛି।
ମୁକ୍ତସରର ସିଂଘେୱାଲା-ଫତୂହୀୱାଲା ରାସ୍ତା ଉପରେ ଅବସ୍ଥିତ ଏହି ବାଣ କାରଖାନା କ୍ଷମତାସୀନ ଦଳ ସହ ସଂପୃକ୍ତ ଜଣେ କାର୍ଯ୍ୟକର୍ତ୍ତାଙ୍କର ଥିବା କଥା କୁହାଯାଉଛି। ଗତ ରାତି ପ୍ରାୟ ଦେଢଟା ପରେ ମେକିଂ ୟୁନିଟରେ ଜୋରଦାର ବିସ୍ଫୋରଣ ହେବାରୁ ଦୁଇ ମହଲା ବିଲ୍ଡିଂ ଧସିପଡ଼ିଛି। ପ୍ରାରମ୍ଭିକ ତଦନ୍ତରେ ଜଣାପଡ଼ିଛି ଯେ, କାରଖାନା ମାଲିକ ଉତ୍ତର ପ୍ରଦେଶର ହାଥରସ୍ ଜିଲ୍ଲାବାସୀ ରାଜକୁମାର ନାମକ ବ୍ୟକ୍ତିଙ୍କୁ ଠିକାରେ ବାଣ ତିଆରି କାମ ଦେଇଥିଲେ। ତାର ଲୋକମାନେ ଏଠାରେ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କାରଖାନା ଭିତରେ ରହୁଥିଲେ।