Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଚାଷୀନେତା ଡଲ୍ଲେୱାଲ ଅସୁସ୍ଥ,47ତମ ଦିନର ଅନଶନ ଆରମ୍ଭ
FMNEWS.IN
11-01-2025
ଚଣ୍ଡିଗଡ, 11 ଜାନୁଆରି:- ପଂଜାବର ଖନୌରୀ ବର୍ଡରରେ ଆମରଣ ଅନଶନ କରୁଥିବା ଚାଷୀ ନେତା ଜଗଜିତ ସିଂହ ଡଲ୍ଲେୱାଲଙ୍କ ଅବସ୍ଥା ବିଗିଡିବାରେ ଲାଗିଛି । ଶନିବାର ତାଙ୍କ ଆମରଣ ଅନଶନ 47ତମ ଦିନରେ ପ୍ରବେଶ କରିଛି ।
ଶୁକ୍ରବାର ବିଳମ୍ବିତ ରାତିରେ ବି ଡଲ୍ଲେୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି ଏବଂ ତାଙ୍କୁ ନିଶ୍ୱାସ ନେବାରେ ସମସ୍ୟା ଦେଖାଦେଇଛି । ଘଟଣାସ୍ଥଳରେ ଉପସ୍ଥିତ ଡାକ୍ତର ଓ ସ୍ୱେଚ୍ଛାସେବୀ ତାଙ୍କୁ ସମ୍ଭାଳିଥିଲେ । ପ୍ରାୟ ଏକ ଘଂଟା ପରେ ଡଲ୍ଲେୱାଲଙ୍କ ଅବସ୍ଥା ସ୍ଥିର ହୋଇଥିଲା । ଗୁରୁବାର ହୋଇଥିବା ତାଙ୍କ ପରୀକ୍ଷା ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ଶନିବାର ଡଲ୍ଲେୱାଲଙ୍କ ଟେଷ୍ଟ ରିପୋର୍ଟ ଆସିବାର ସମ୍ଭାବନା ରହିଛି । ସେ ତାଙ୍କ ସାମ୍ନାରେ ନିଜ ପରୀକ୍ଷା ରିପୋର୍ଟ ସାର୍ବଜନୀନ କରିବେ ବୋଲି କହିଛନ୍ତି ।