Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଚାଷୀନେତା ଡଲ୍ଲେୱାଲ ଅସୁସ୍ଥ,47ତମ ଦିନର ଅନଶନ ଆରମ୍ଭ
FMNEWS.IN
11-01-2025
ଚଣ୍ଡିଗଡ, 11 ଜାନୁଆରି:- ପଂଜାବର ଖନୌରୀ ବର୍ଡରରେ ଆମରଣ ଅନଶନ କରୁଥିବା ଚାଷୀ ନେତା ଜଗଜିତ ସିଂହ ଡଲ୍ଲେୱାଲଙ୍କ ଅବସ୍ଥା ବିଗିଡିବାରେ ଲାଗିଛି । ଶନିବାର ତାଙ୍କ ଆମରଣ ଅନଶନ 47ତମ ଦିନରେ ପ୍ରବେଶ କରିଛି ।
ଶୁକ୍ରବାର ବିଳମ୍ବିତ ରାତିରେ ବି ଡଲ୍ଲେୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି ଏବଂ ତାଙ୍କୁ ନିଶ୍ୱାସ ନେବାରେ ସମସ୍ୟା ଦେଖାଦେଇଛି । ଘଟଣାସ୍ଥଳରେ ଉପସ୍ଥିତ ଡାକ୍ତର ଓ ସ୍ୱେଚ୍ଛାସେବୀ ତାଙ୍କୁ ସମ୍ଭାଳିଥିଲେ । ପ୍ରାୟ ଏକ ଘଂଟା ପରେ ଡଲ୍ଲେୱାଲଙ୍କ ଅବସ୍ଥା ସ୍ଥିର ହୋଇଥିଲା । ଗୁରୁବାର ହୋଇଥିବା ତାଙ୍କ ପରୀକ୍ଷା ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ଶନିବାର ଡଲ୍ଲେୱାଲଙ୍କ ଟେଷ୍ଟ ରିପୋର୍ଟ ଆସିବାର ସମ୍ଭାବନା ରହିଛି । ସେ ତାଙ୍କ ସାମ୍ନାରେ ନିଜ ପରୀକ୍ଷା ରିପୋର୍ଟ ସାର୍ବଜନୀନ କରିବେ ବୋଲି କହିଛନ୍ତି ।