Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କୃଷକ ନେତା ଡଲ୍ଲେୱାଲଙ୍କ ଆମରଣ ଅନଶନ 50ତମ ଦିନରେ ପହଂଚିଲା
FMNEWS.IN
14-01-2025
ଚଣ୍ଡୀଗଢ 14 ଜାନୁଆରୀ-ପଞ୍ଜାବର ଖନୋରୀ ସୀମାରେ ଆମରଣ ଅନଶନ କରୁଥିବା କୃଷକ ନେତା ଜଗଜୀତ ସିଂହ ଡଲ୍ଲେୱାଲଙ୍କ ଅନଶନ ମଙ୍ଗଳବାରକୁ 50ତମ ଦିନରେ ପ୍ରବେଶ କରିଛି।ଡଲ୍ଲେୱାଲଙ୍କ ସ୍ୱାସ୍ଥ୍ୟବସ୍ଥା କ୍ରମାଗତ ଖରାପ ହେବାରେ ଲାଗିଛି।ସେ କହିବାରେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଶରୀରର ମାଂସ ମଧ୍ୟ ସଂଙ୍କୁଚିତ ହେଉଛି।ପଞ୍ଜାବ ସରକାର ନିୟୋଜିତ କରିଥିବା ଡାକ୍ତରଙ୍କ ଟିମ ସୋମବାର ବିଳମ୍ବିତ ରାତି ଡଲ୍ଲେୱାଲଙ୍କ ସହ କଥା ହୋଇ ତାଙ୍କୁ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ କିନ୍ତୁ ଡଲ୍ଲେୱାଲ ମନାକରିଦେଇଥିଲେ।ହରିୟାଣା ଏବଂ ପଞ୍ଜାବରେ କୃଷକ ଗୋଷ୍ଠୀ ପ୍ରତିଦିନ ଖନୋରୀ ପହଁଞ୍ଚିଥିଲେ। ଆଜି ହରିୟାଣାର କେଥଲ ଜିଲ୍ଲାରେ କୃଷକ ଗୋଷ୍ଠୀ ଖନୋରୀ ପହଁଞ୍ଚିବେ।ବର୍ତ୍ତମାନ ଏହି ସଂଙ୍ଘର୍ଷକୁ ତୀବ୍ର କରିବା ପାଇଁ ଡଲ୍ଲେୱାଲଙ୍କ ବାର୍ତ୍ତା ପ୍ରତ୍ୟେକ ଘରକୁ ପହଁଞ୍ଚାଯିବ।