Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
କୃଷକ ନେତା ଡଲ୍ଲେୱାଲଙ୍କ ଆମରଣ ଅନଶନ 50ତମ ଦିନରେ ପହଂଚିଲା
FMNEWS.IN
14-01-2025
ଚଣ୍ଡୀଗଢ 14 ଜାନୁଆରୀ-ପଞ୍ଜାବର ଖନୋରୀ ସୀମାରେ ଆମରଣ ଅନଶନ କରୁଥିବା କୃଷକ ନେତା ଜଗଜୀତ ସିଂହ ଡଲ୍ଲେୱାଲଙ୍କ ଅନଶନ ମଙ୍ଗଳବାରକୁ 50ତମ ଦିନରେ ପ୍ରବେଶ କରିଛି।ଡଲ୍ଲେୱାଲଙ୍କ ସ୍ୱାସ୍ଥ୍ୟବସ୍ଥା କ୍ରମାଗତ ଖରାପ ହେବାରେ ଲାଗିଛି।ସେ କହିବାରେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଶରୀରର ମାଂସ ମଧ୍ୟ ସଂଙ୍କୁଚିତ ହେଉଛି।ପଞ୍ଜାବ ସରକାର ନିୟୋଜିତ କରିଥିବା ଡାକ୍ତରଙ୍କ ଟିମ ସୋମବାର ବିଳମ୍ବିତ ରାତି ଡଲ୍ଲେୱାଲଙ୍କ ସହ କଥା ହୋଇ ତାଙ୍କୁ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ କିନ୍ତୁ ଡଲ୍ଲେୱାଲ ମନାକରିଦେଇଥିଲେ।ହରିୟାଣା ଏବଂ ପଞ୍ଜାବରେ କୃଷକ ଗୋଷ୍ଠୀ ପ୍ରତିଦିନ ଖନୋରୀ ପହଁଞ୍ଚିଥିଲେ। ଆଜି ହରିୟାଣାର କେଥଲ ଜିଲ୍ଲାରେ କୃଷକ ଗୋଷ୍ଠୀ ଖନୋରୀ ପହଁଞ୍ଚିବେ।ବର୍ତ୍ତମାନ ଏହି ସଂଙ୍ଘର୍ଷକୁ ତୀବ୍ର କରିବା ପାଇଁ ଡଲ୍ଲେୱାଲଙ୍କ ବାର୍ତ୍ତା ପ୍ରତ୍ୟେକ ଘରକୁ ପହଁଞ୍ଚାଯିବ।