Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଗୁଜରାଟରୁ ମିଳିଲା ଏଚଏମପିଭି ଭାଇରସର ପ୍ରଥମ ମାମଲା, ଦୁଇ ମାସର ଶିଶୁ ଠାରେ ଲକ୍ଷଣ
FMNEWS.IN
06-01-2025
ଅହମଦାବାଦ, 6 ଜାନୁୟାରୀ :- ଦେଶରେ ଏଚଏମପିଭିରେ ସଂକ୍ରମିତ ରୋଗ ସାମ୍ନାକୁ ଆସିବାରେ ଲାଗିଛି । କର୍ଣ୍ଣାଟକ ପରେ ଏବେ ଗୁଜରାଟରେ ଏକ ଦୁଇମାସର ଶିଶୁ ଏଚଏମପିଭି ପଜିଟିଭ ଚିହ୍ନଟ ହୋଇଛି । ଅହମଦାବାଦର ଚାନ୍ଦଖେଡାର ଘରୋଇ ହସ୍ପିଟାଲରେ ପିଲାଟିକୁ ଭର୍ତ୍ତି କରାଯାଇଛି । ତେବେ ଶିଶୁଟିର ଅବସ୍ଥା ସ୍ଥିର ରହିଛି । ତେବେ ଭୟ କରିବାର କୌଣସି ଆବଶ୍ୟକତା ନଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁସାରେ ପିଲାର ସ୍ୱାସ୍ଥ୍ୟାବସ୍ଥା ଗତ 15ଦିନରୁ ଥଣ୍ଡା-ଜ୍ୱର କାରଣରୁ ଖରାପ ଥିଲା । ସ୍ୱାସ୍ଥ୍ୟରେ ସୁଧାର ନଆସିବାର ପରିବାର ଲୋକେ ତାକୁ ଅହମଦାବାଦର ଚାନ୍ଦଖେଡା ସ୍ଥିତ ଅରେଂଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।