Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଗୁଜରାଟରୁ ମିଳିଲା ଏଚଏମପିଭି ଭାଇରସର ପ୍ରଥମ ମାମଲା, ଦୁଇ ମାସର ଶିଶୁ ଠାରେ ଲକ୍ଷଣ
FMNEWS.IN
06-01-2025
ଅହମଦାବାଦ, 6 ଜାନୁୟାରୀ :- ଦେଶରେ ଏଚଏମପିଭିରେ ସଂକ୍ରମିତ ରୋଗ ସାମ୍ନାକୁ ଆସିବାରେ ଲାଗିଛି । କର୍ଣ୍ଣାଟକ ପରେ ଏବେ ଗୁଜରାଟରେ ଏକ ଦୁଇମାସର ଶିଶୁ ଏଚଏମପିଭି ପଜିଟିଭ ଚିହ୍ନଟ ହୋଇଛି । ଅହମଦାବାଦର ଚାନ୍ଦଖେଡାର ଘରୋଇ ହସ୍ପିଟାଲରେ ପିଲାଟିକୁ ଭର୍ତ୍ତି କରାଯାଇଛି । ତେବେ ଶିଶୁଟିର ଅବସ୍ଥା ସ୍ଥିର ରହିଛି । ତେବେ ଭୟ କରିବାର କୌଣସି ଆବଶ୍ୟକତା ନଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁସାରେ ପିଲାର ସ୍ୱାସ୍ଥ୍ୟାବସ୍ଥା ଗତ 15ଦିନରୁ ଥଣ୍ଡା-ଜ୍ୱର କାରଣରୁ ଖରାପ ଥିଲା । ସ୍ୱାସ୍ଥ୍ୟରେ ସୁଧାର ନଆସିବାର ପରିବାର ଲୋକେ ତାକୁ ଅହମଦାବାଦର ଚାନ୍ଦଖେଡା ସ୍ଥିତ ଅରେଂଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।