ସର୍ବପ୍ରଥମେ ନଦୀଜଳର ଗୁରୁତ୍ୱ ବାବା ସାହେବ ବୁଝିଥିଲେ, କିନ୍ତୁ କଂଗ୍ରେସ କେବେ କ୍ରେଡିଟ ଦେଇନାହିଁ- ପିଏମ ମୋଦି
ଖଜୁରାହୋ/ଭୋପାଳ, 25 ଡିସେମ୍ବର(FMNews):- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତ ପାଇଁ ନଦ ଜଳର ଗୁରୁତ୍ୱ ସର୍ବପ୍ରଥମେ ବାବା ସାହେବ ଆମ୍ବେଦକର ବୁଝିଥିଲେ । ଭାରତରେ ଯେଉଁ ନଦୀ ଘାଟି ପ୍ରକଳ୍ପ ତିଆରି ହୋଇଛି, ତାର ପଛରେ ତାଙ୍କର ଦୂରଦୃଷ୍ଟି ଥିଲା, କିନ୍ତୁ କଂଗ୍ରେସ କେବେ ବାବା ସାହେବଙ୍କୁ ଏହାର ଶ୍ରେୟ ଦେଇନାହିଁ । କଂଗ୍ରେସର ସରକାର ତାଙ୍କର ଯୋଗଦାନ ପାଇଁ କାହାରିକୁ ଜାଣିବାକୁ ଦେଇନଥିଲା । ସେ କହିଛନ୍ତି ଯେ, ଅନେକ ରାଜ୍ୟ ମଧ୍ୟରେ ନଦୀ ଜଳକୁ ନେଇ ବିବାଦ ଲାଗିରହିଛି । ଯେଉଁ ସମୟରେ କଂଗ୍ରେସର ସରକାର ଥିଏେ. ସିଏ ଏହି ବିବାଦକୁ ତୁଟାଇ ପାରିଥାନ୍ତା, କିନ୍ତୁ ଏଭଳି କରିନାହିଁ ।
ଅଟଳଜୀଙ୍କ ସରକାର ପାଣି ସହିତ ଜଡିତ ସମସ୍ୟାର ନିରାକରଣ ପାଇଁ ଉଦ୍ୟମ କରିଥିଲା, କିନ୍ତୁ ତାଙ୍କ ସରକାର ଯିବା ପରେ କଂଗ୍ରେସ ଏହାକୁ ଥଣ୍ଡା ବସ୍ତାରେ ପକାଇ ଦେଇଥିଲା ।
केन-बेतवा नदी जोड़ो राष्ट्रीय परियोजना से बुंदेलखंड की तस्वीर बदलने वाली है। आज मध्य प्रदेश के खजुराहो में कई विकास कार्यों के लोकार्पण और शिलान्यास कार्यक्रम का हिस्सा बनकर अत्यंत प्रसन्नता हो रही है। https://t.co/X2GrcCBKKF
Narendra Modi (@narendramodi) December 25, 2024
ପ୍ରଧାନମନ୍ତ୍ରୀ ମୋଦି ବୁଧବାର ମଧ୍ୟପ୍ରଦେଶର ଖଜୁରାହୋରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ 101ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ କେନ-ବେତବା ଲିଙ୍କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାସହିତ ସେ ଓକାରେଶ୍ୱର ଫ୍ଲୋଟିଂ ସୋଲାର ପାୱାର ପ୍ଲାଂଟର ଉଦଘାଟନ କରିଛନ୍ତି । ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଜୀବନ ଉପରେ ଆଧାରିତ ଏକ ଲଘୁ ଫିଲ୍ମର ପ୍ରଦର୍ଶିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ସ୍ମୃତିରେ ଡାକ ଟିକେଟ ଓ ମୁଦ୍ରା ବି ଜାରି କରିଥିଲେ ।