Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ସଡକ ଦୁର୍ଘଟଣା ,ପାଞ୍ଚଜଣ ଯୁବକଙ୍କ ମୃତ୍ୟୁ
FMNEWS.IN
13-01-2025
ମୁମ୍ବାଇ 13 ଜାନୁଆରୀ-ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ନାସିକ -ମୁମ୍ବାଇ ରାଜପଥରେ ଗତ ରାତିରେ ଟେମ୍ପୋ ଟ୍ରକ ଧକ୍କାରେ ପାଞ୍ଚ ଯୁବକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ 13ଜଣ ଆହତ ହୋଇଛନ୍ତି।ଆହତ ସମସ୍ତ ଯୁବକଙ୍କୁ ନାସିକ ସିୱିଲ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।ଏହି ସୁଚନା ଭଦ୍ରକାଳୀ ପୋଲିସ ଦେଇଛି।ଦୁର୍ଘଟଣାର ସୁଚନା ପାଇବା ମାତ୍ରେ ମନ୍ତ୍ରୀ ଗିରୀଶ ମହାଜନ ଆଜି ସକାଳେ ଘଟଣାସ୍ଥଳର ପରିଦର୍ଶନ କରିଥିଲେ ଏବଂ ହସ୍ପିଟାଲ ଯାଇ ଆହତ ଯୁବକମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।ଗିରୀଶ ମହାଜନ କହିଛନ୍ତି ଯେ ମୃତକଙ୍କ ପରିବାରକୁ ପ୍ରତ୍ୟେକ 5-5 ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବ।ଆହତଙ୍କ ଚିକିତ୍ସା ମାଗଣା ହେବ।ପୋଲିସ ସୁଚନାଅନୁସାରେ ରବିବାର ରାତିରେ ଲୁହା ରଡରେ ଭର୍ତ୍ତୀ ଏକ ଟ୍ରକ ଧୁଲେରୁ ମୁମ୍ବାଇ ଅଭିମୁଖେ ଯାଉଥିଲା।ଏକ ଯୁବକ ଦଳ ଟେମ୍ପୋରେ ଧରଣଗାଓଁରୁ ନାସିକ ଫେରୁଥିଲେ।ହଠାତ ଦ୍ୱାରକା ପ୍ଲାଇ ଓଭରରେ ଟେମ୍ପୋଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା।