Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଗୋଟିଏ ପରିବାରର ୫ ସଦସ୍ୟ ବିଷ ଖାଇଲେ, ୩ ଶିଶୁଙ୍କ ମୃତ୍ୟୁ
FMNEWS.IN
15-06-2025
ରାୟପୁର- କାଂକେର ଜିଲ୍ଲା ପରତାପୁର ଥାନା ଚନ୍ଦନପୁର ଗ୍ରାମପଂଚାୟତ ଅନ୍ତର୍ଗତ ଗ୍ରାମ ପି.ହି. ୭୦ ଶାନ୍ତିନଗରରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗତକାଲି ରାତିରେ ବିଷ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ପରିବାରର ତିନି ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ପୋଲିସର କହିବା ଅନୁଯାୟୀ, ତଦନ୍ତ ଜାରି ରହିଛି ଏବଂ ପ୍ରମାଣ ଏକାଠି କରାଯାଉଛି । ମୃତକ ମାନଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ।
ମୃତ ଶିଶୁମାନେ ହେଲେ ବର୍ଷା ବୈରାଗି (୧୧ ବର୍ଷ), ଦିପ୍ତୀ ବୈରାଗି (୭ ବର୍ଷ) ଏବଂ ଦେବରାଜ ବୈରାଗି (୫ ବର୍ଷ) । ମାତା-ପିତା ମଧ୍ୟ ବିଷ ଖାଇ ଜୀବନ ହାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସମୟ ପୂର୍ବରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଫଳରେ ସେମାନେ ବଂଚି ଯାଇଥିଲେ । ବର୍ତମାନ ସିଭିଲ ହସ୍ପିଟାଲ ପଖାଂଜୁରରେ ସେମାନଙ୍କର ଚିକିତ୍ସା ଚାଲିଛି ।