Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଗୋଟିଏ ପରିବାରର ୫ ସଦସ୍ୟ ବିଷ ଖାଇଲେ, ୩ ଶିଶୁଙ୍କ ମୃତ୍ୟୁ
FMNEWS.IN
15-06-2025
ରାୟପୁର- କାଂକେର ଜିଲ୍ଲା ପରତାପୁର ଥାନା ଚନ୍ଦନପୁର ଗ୍ରାମପଂଚାୟତ ଅନ୍ତର୍ଗତ ଗ୍ରାମ ପି.ହି. ୭୦ ଶାନ୍ତିନଗରରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗତକାଲି ରାତିରେ ବିଷ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ପରିବାରର ତିନି ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ପୋଲିସର କହିବା ଅନୁଯାୟୀ, ତଦନ୍ତ ଜାରି ରହିଛି ଏବଂ ପ୍ରମାଣ ଏକାଠି କରାଯାଉଛି । ମୃତକ ମାନଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ।
ମୃତ ଶିଶୁମାନେ ହେଲେ ବର୍ଷା ବୈରାଗି (୧୧ ବର୍ଷ), ଦିପ୍ତୀ ବୈରାଗି (୭ ବର୍ଷ) ଏବଂ ଦେବରାଜ ବୈରାଗି (୫ ବର୍ଷ) । ମାତା-ପିତା ମଧ୍ୟ ବିଷ ଖାଇ ଜୀବନ ହାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସମୟ ପୂର୍ବରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଫଳରେ ସେମାନେ ବଂଚି ଯାଇଥିଲେ । ବର୍ତମାନ ସିଭିଲ ହସ୍ପିଟାଲ ପଖାଂଜୁରରେ ସେମାନଙ୍କର ଚିକିତ୍ସା ଚାଲିଛି ।