- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଦିଲ୍ଲୀରେ କୁହୁଡି ,ଦୃଶ୍ୟମାନତା ଶୁନ୍ୟ,ରେଳ ଏବଂ ବିମାନ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି
ନୁଆଦିଲ୍ଲୀ 4 ଜାନୁଆରୀ :-ସମଗ୍ର ଉତ୍ତର ଭାରତ ଆଜି କୁହୁଡିର ଶିକାର ହୋଇଛି।ଜାତୀୟ ରାଜଧାନୀ ଦିଲ୍ଲୀରେ ଲୋକଙ୍କୁ ଘନକୁହୁଡିର ସାମ୍ନା କରିବାକୁ ପଡିଥିଲା।ଲଗାତାର ଦ୍ୱିତୀୟ ଦିନ ଦିଲ୍ଲୀର ଘନ କୁହୁଡିର ଧଳା ଚାଦର ଗୁଡାଇ ହୋଇଥିବାର ନଜର ଆସିଛି।ଏହି କାରଣରୁ ଦିଲ୍ଲୀ 4ର ଅନେକ କ୍ଷେତ୍ରରେ ଦୃଶ୍ୟମାନତା ଅଳ୍ପ ଅଟେ। କେତେକ ସ୍ଥାନରେ ଗାଡି ଚଳାଇବା ସମୟରେ 10 ମିଟର ଦୁର ମଧ୍ୟ ଦେଖିବା ସମ୍ଭବ ନୁହେଁ। ଅନେକ ଅଞ୍ଚଳରେ ଦୃଶ୍ୟମାନତା ଶୁନ୍ୟ ।ଖରାପ ଦୃଶ୍ୟମାନତା ରେଳ ଏବଂ ବିମାନ ଚଳାଚଳ ଉପରେ ପ୍ରଭାବ ପକାଇ ଯାତ୍ରୀମାନଙ୍କ ପାଇଁ ଅସୁବିଧା ବଢାଇ ଦେଇଛି।ରେଳବାଇ ଆଜି ସକାଳ ପ୍ରାୟ ଛଅଟା ସମୟରେ ଦିଲ୍ଲୀରେ ପହଁଞ୍ଚିବା 49 ଟ୍ରେନ ବିଳମ୍ବରେ ଚାଲୁଥିବା ଏବଂ 22 ଟି ଗାଡିର ପ୍ରସ୍ଥାନ ସମୟରେ ପରିବର୍ତ୍ତନର ରିପୋର୍ଟ ହୋଇଛି।
ଭାରତ ପାଣିପାଗ ବିଭାଗ କହିଛି ଯେ ଦିଲ୍ଲୀକୁ କିଛି ଦିନ ପାଇଁ ସମାନ ପାଗର ସାମ୍ନା କରିବାକୁ ପଡିପାରେ।ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା 7ରୁ 9 ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ।ବିଭାଗ ଉତ୍ତର ଭାରତରେ କୁହୁଡିର ଅରେଞ୍ଜ ଆର୍ଲଟ ଜାରି କରିଛନ୍ତି ।ଆଜି ସକାଳେ ଉତ୍ତର ଭାରତରେ ପ୍ରାୟ ସମସ୍ତ ବିମାନବନ୍ଦରର ଦୃଶ୍ୟମାନତା ଶୁନ୍ୟ ଅଟେ।ଦିଲ୍ଲୀ -ଏନସିଆରରେ ମଧ୍ୟ ଅନେକ ଅଞ୍ଚଳରେ ଦୃଶ୍ୟମାନତା ଜିରୋ ରେକର୍ଡ କରାଯାଇଥିଲା।