BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା

FMNEWS.IN 04-01-2026
Followers of God, want to destroy Mahatma Gandhi's philosophy: Suryawala
  • ମନରେଗା ବଦଳରେ ଜି ରାମ ଜି ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ୫୦ କୋଟି ଲୋକ ପ୍ରଭାବିତ

(FM News):-- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକ କାର୍ଯ୍ୟକ୍ରମରେ ଯୋଗଦେଇ ଅପରାହ୍ନରେ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ । ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ଶ୍ରୀ ସୂର୍ଯେୱାଲା ମହାତ୍ମା ଗାନ୍ଧୀ ନରେଗା ଯୋଜନାର ନାମ ଓ ନିୟମ ବଦଳାଇବାକୁ ନେଇ କେନ୍ଦ୍ର ସରକାରକୁ କଠୋର ସମାଲୋଚନା କରିଥିଲେ । ସେ କହିଥିଲେ କେନ୍ଦ୍ର ସରକାର ମନରେଗା ଯୋଜନାର ନାମ ବଦଳାଇ ଜି ରାମ ଜି ନାମ କରଣ କରିଛନ୍ତି । ଏହା କେବଳ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଉପରେ ଆକ୍ରମଣ ନୁହେଁ ବରଂ ଦେଶର କୋଟି କୋଟି ଗରିବ, ଖଟିଖିଆ, ଶ୍ରମିକଙ୍କ ରୋଟି ଉପରେ ଆକ୍ରମଣ । ଗଡ଼ସେଙ୍କ ଅନୁଗାମୀଦଳ ବର୍ତ୍ତମାନ ମହାତ୍ମା ଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିଦେବାକୁ ଚାହୁଁଛି ।

ଜି ରାମ ଜି ଯୋଜନାରେ ପ୍ରାୟ ୧୨ କୋଟି ଶ୍ରମିକ ଏବଂ ପରିବାରକୁ ଯଦି ମିଶାଯାଏ ତେବେ ୫୦ କୋଟି ବ୍ୟକ୍ତି ଏହାଦ୍ୱାରା ପ୍ରଭାବିତ ହେବେ । ଏହି ଯୋଜନାରେ ଖଟିଖିଆଙ୍କ ପେଟ କିଭଳି ପ୍ରଭାବିତ ହେବ ଜାଣନ୍ତୁ ଏହାକୁ କ୍ରମ ଅନୁସାରେ ।

ପ୍ରଥମ: ମନରେଗା ଯୋଜନାରେ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରୁଥିଲା କିନ୍ତୁ ନୂଆ ଯୋଜନାରେ କେନ୍ଦ୍ର ସରକାର ୬୦% ଓ ରାଜ୍ୟ ସରକାର ୪୦% ଖର୍ଚ୍ଚ ବହନ କରିବା ପ୍ରାବଧାନ ରଖିଛନ୍ତି । ପ୍ରଶ୍ନ ହେଲା କେନ୍ଦ୍ର ସରକାର ଜିଏସଟି ଓ ସେସ ଆଦାୟପରେ ରାଜ୍ୟ ସରକାର ଟଙ୍କା କେଉଁଠୁ ପାଇବେ? ରାଜ୍ୟ ସରକାର ଟଙ୍କା ଦେଇ ପାରିଲେ ନାହିଁ କେନ୍ଦ୍ରକୁ ଟଙ୍କା ଦେବାକୁ ପଡ଼ିବ ନାହିଁ । ଶ୍ରମିକକୁ କାମ ମିଳିବ ନାହିଁ ।

ଦ୍ୱିତୀୟ: ମନରେଗା ଯୋଜନାରେ ଯେକୌଣସି ଶ୍ରମିକ କାମ ପାଇବାର ଅଧିକାର ଥିଲା । କାମ ମାଗିବାର ୭ ଦିନ ମଧ୍ୟରେ କାମ ଯୋଗାଇ ଦେବାର ନିୟମ ଥିଲା । ନ ଦେଇ ପାରିଲେ ତାକୁ କ୍ଷତିପୂରଣ ମିଳୁଥିଲା । କିନ୍ତୁ ନୂଆ ଯୋଜନାରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବ କେଉଁ ରାଜ୍ୟରେ କେଉଁ ଅଞ୍ଚଳରେ କେଉଁ ଗାଁରେ କେତେ କାମ ଦେବ । ସରକାରୀ ବାବୁମାନେ ନିଷ୍ପତ୍ତିନେବେ କେଉଁ ଜିଲ୍ଳାର କେଉଁ ଗାଁର ଶ୍ରମିକଙ୍କୁ କାମ ଦିଆଯିବ । ଏଥିରୁ ସ୍ପଷ୍ଟ ଶ୍ରମିକଙ୍କ ଅଧିକାରର ହନନ ହେଉଛି ।

ତୃତୀୟ: ମନରେଗା ଯୋଜନାରେ କୌଣସି ବଜେଟ ନଥିଲା । ଶ୍ରମିକଙ୍କ କାମ ହିସାବରେ ରାଜ୍ୟକୁ ବଜେଟ ଦିଆଯାଉଥିଲା । କିନ୍ତୁ ନୂଆ ଯୋଜନାରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବ କେଉଁ ରାଜ୍ୟକୁ କେତେ ଟଙ୍କା ଦେବ । ଯେଉଁ ରାଜ୍ୟରେ ନିର୍ବାଚନ ଥିବ ତାକୁ ଅର୍ଥ ପ୍ରଦାନ କର ବାକି ସବୁ ରାଜ୍ୟକୁ ଶୂନ କରିଦିଅ ।

ଚତୁର୍ଥ: ମନରେଗା ଶ୍ରମିକଙ୍କ ଅଧିକାର ଥିଲା ଯଦି ଶ୍ରମିକ କାମ ମାଗିଲା ତେବେ ତାକୁ କାମ ନିଶ୍ଚୟ ଦେବାକୁ ପଡ଼ିବ । କିନ୍ତୁ ଏହି ଯୋଜନାକୁ ବଦଳାଇ କେନ୍ଦ୍ର ସରକାର ଏକ ପ୍ରାୟୋଜିତ ଯୋଜନାରେ ପରିଣତ କରିଦେଲେ । ଦିଲ୍ଲୀରେ ବସିଥିବା ବାବୁ ବର୍ତ୍ତମାନ ୭ଲକ୍ଷ ଗ୍ରାମକୁ କାମ ଦେବାର ନିଷ୍ପତ୍ତି ନେବେ । ଶ୍ରମିକ ନିଷ୍ପତ୍ତି ନେଇପାରିବେ ନାହିଁ । ଏହା କଣ ସମ୍ଭବ କି?

ପଞ୍ଚମ: ନୂଆ ଯୋଜନାରେ ଶ୍ରମିକ ଏବଂ କୃଷକଙ୍କୁ ବିିଭେଦ ପାଇଁ ଏକ ଷଡଯନ୍ତ୍ର କରାଯାଇଛି । ମନରେଗାରେ ଶ୍ରମିକଙ୍କ କାମ ମାଗିବାପାଇଁ କୌଣସି ସମୟସୀମା ନଥିଲା । କିନ୍ତୁ ନୂଆରେ ବର୍ଷର ଚାଷ ଏବଂ ଫସଲ ଅମଳ ୬୦ ଦିନ କାମ ମିଳିବ ନାହିଁ ।

ଷଷ୍ଠ : ନୂଆ ଯୋଜନାରେ ଅଧିକ ଶାସନ କମ ବିକାଶ । ସବୁ ଅଧିକାର ଦିଲ୍ଲୀର । ଯଦି କୌଣସି ଶ୍ରମିକଙ୍କୁ କାମ ଦରକାର ସେ ପଂଚାୟତକୁ ଯିବ, ଗ୍ରାମ ସଭାରେ କାମ ମାଗିବ । ଗ୍ରାମସଭା କାମ ଅନୁଧ୍ୟାନ କରିବ । ଏହା ମନେରଗାର ନିୟମ ଥିଲା । ନୂଆ ଯୋଜନାରେ ଧାରା-୪ ଅନୁସାରେ ସମସ୍ତ କାର୍ଯ୍ୟ ପିଏମ୍ ଗତିଶକ୍ତିରେ ଯୋଡି ଦିଆଗଲା । ଯଦି ଗତିଶକ୍ତିରେ କାମ ନାହିଁ ତେବେ ମନରେଗାରେ କାମ ମିଳିବ ନାହିଁ । ସେମିତି ପିଏମ ଗତିଶକ୍ତିରେ କାମ ନାହିଁ । ତେଣୁ ମନରେଗାରେ ବି କାମ ମିଳିବ ନାହିଁ । ଏଥିରେ ମଧ୍ୟ ଶ୍ରମିକଙ୍କ ଅଧିକାର ଉପରେ ଆକ୍ରମଣ ହେଲା ।

ସପ୍ତମ : ଡିଜିଟାଲ କୌଶଳ ଏମିତି ବ୍ୟବସ୍ଥା କର ଯେମିତି ଜୀବନଭର କାମ ମିଳିବ ନାହିଁ । ମନରେଗାରେ ପୂର୍ବରୁ ମଷ୍ଟରରୋଲ ଏବଂ ସାମାଜିକ ବିଧି ଥିଲା । ନୂଆ ଯୋଜନାରେ ଅନ୍ୟ ଗୋଟିଏ ଯୋଡି ଦିଆଗଲା । ଇ-କେୱାସି ଲାଗୁହେଲା ପରେ ୨୭ ଲକ୍ଷ ଶ୍ରମିକ ବେରୋଜଗାର ହେଲେ । ବାୟୋମେଟ୍ରିକ୍ ଅଥେଣ୍ଟିକେସନ, ଜିଓଟ୍ୟାଗ ଆଟେଣ୍ଡାନ୍ସ, ରିଅଲଟାଇମ୍ ଡିଜିଟାଏ ଡ୍ୟାସବୋର୍ଡ ଏବଂ ଏଆଇ ଏ ସବୁ ସାମିଲ କରାଗଲା । ଆପଣ ଚିନ୍ତା କରନ୍ତୁ ଜଣେ ଶ୍ରମିକ ଏ ସବୁ ନିୟମ କିପରି ପାଳନ କରିବ । ଏହା ସିଧାସଳଖ ଶ୍ରମିକମାରଣ ଯୋଜନା ।

ଅଷ୍ଟମ : ମନରେଗାରେ ପ୍ରତ୍ୟେକ ରାଜ୍ୟକୁ ସର୍ବନିମ୍ନ ମଜୁରୀ ହିସାବରେ ପଇସା ପୈଠର ବ୍ୟବସ୍ଥା ଥିଲା । କିନ୍ତୁ ନୂଆ ଯୋଜନାରେ ସର୍ବନିମ୍ନ ମଜୁରୀ ବାଧ୍ୟତାମୂଳକ ନୁହେଁ ବୋଲି ଘୋଷଣା କରାଯାଇଛି । ଏହାର ଅର୍ଥ ହେଲା ଯାହା କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ସେହି ଅନୁଯାୟୀ ଶ୍ରମିକଙ୍କୁ ମଜୁରୀ ମିଳିବ । ମନରେଗା ଯୋଜନାକୁ କେନ୍ଦ୍ର ବିଜେପି ସରକାର ହତ୍ୟା କରିଛି । ଫଳରେ ଦେଶର କୋଟି କୋଟି ଶ୍ରମିକଙ୍କ କର୍ମନିଯୁକ୍ତି ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି ବୋଲି ଶ୍ରୀ ସୂର୍ଯେୱାଲା ତାଙ୍କ ବକ୍ତବ୍ୟରେ କହିଥିଲେ ।

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ତାଙ୍କ ବକ୍ତବ୍ୟରେ କହିଲେ ଯେ, ମନରେଗାକୁ ନେଇ ଓଡ଼ିଶା କଂଗ୍ରେସ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଘେରାଉ କରିଥିଲା ଏବଂ ପ୍ରତ୍ୟେକ ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଦହନ ଆଦି ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଥିଲା । ମନରେଗାର ଯେଉଁ ଉଦ୍ଦ୍ୟେଶ ଥିଲା ତାହାକୁ କିଭଳି ହତ୍ୟା କରାଯାଇଛି ଆମ ନେତା ସୂର୍ଯେୱାଲା ବିସ୍ତୃୁତ ରୂପେ କହିଛନ୍ତି । ଆମ ନେତ୍ରୀ ସୋନିଆ ଗାନ୍ଧୀ ଏହାକୁ ଗରିବଙ୍କ ପେଟରେ ଲାତ ବୋଲି ଅଭିହିତ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ସାମୁହିକ ସ୍ୱାର୍ଥ ଏବଂ ବିକାଶକୁ ନେଇ ଓ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଉଦ୍ୟମରେ ଏହି ଯୋଜନା ପ୍ରଣିତ କରାଯାଇଥିଲା । କେବଳ ନିୟମ ପରିବର୍ତ୍ତନ କଲେ ନି ମହାତ୍ମାଗାନ୍ଧୀଙ୍କ ନାମ ମଧ୍ୟ ହଟେଇ ଦେଇ ଅପମାନିତ କଲେ । ଏହା ମହାତ୍ମାଗାନ୍ଧୀଙ୍କୁ ନୁହେଁ ସାରା ଦେଶର ଜନତାଙ୍କ ପ୍ରତି ଅପମାନ । ଯେତେବେଳେ ଦରକାର ସେତେବେଳେ ମହାତ୍ମାଗାନ୍ଧୀଙ୍କ ଚଷମା ଓ ଦଣ୍ଡାର ସାହାଯ୍ୟ ନେଉଛନ୍ତି । କିନ୍ତୁ ଆଜି ମହାତ୍ମାଗାନ୍ଧିଙ୍କ ନାମ ଲିଭାଇ ଦେବା କାମ କରିଛନ୍ତି । ଯିଏ ଜାତୀୟ ସଂହତିକୁ ଭଲ ପାଏ, ଯିଏ ଜାତୀୟ ସଂଗୀତକୁ ଭଲ ପାଏ ଓ ଯିଏ ଦେଶଭକ୍ତି କରେ ସେ କେବେ ମହାତ୍ମାଗାନ୍ଧୀଙ୍କ ନାମ ଅପସାରିତ କରିପାରିବ ନାହିଁ । ଯିଏ କରିବ ତାକୁ ଦେଶଦ୍ରୋହି ବୋଲି କୁହାଯିବ । ମହାତ୍ମାଗାନ୍ଧୀ ଓଡ଼ିଶାକୁ ୮ଥର ଯାତ୍ରା କରିଥିଲେ । ବଡଚଣା ବ୍ଲକର ଏକ ଗ୍ରାମରେ ମହାତ୍ମାଗାନ୍ଧି ରାତ୍ରୀ ଯାପନ କରିଥିଲେ । ସେଠାରେ ଆମେ ୬ କିଲୋମିଟର ପଦଯାତ୍ରା କରିଥିଲୁ । ଓଡ଼ିଶା ଜନତା ମନେରଖିବା ଉଚିତ ମହାତ୍ମା ଗାନ୍ଧୀ ଓଡ଼ିଶାକୁ କେତେ ଭଲ ପାଉଥିଲେ । ଜାନୁଆରୀ ୮ ତାରିଖରୁ ପେବୃୟାରୀ ୧୬ ତାରିଖ ପର୍ଯ୍ୟନ୍ତ ମନରେଗା ବିରୁଦ୍ଧରେ ପ୍ରଦେଶ କଂଗ୍ରେସ ଆନ୍ଦୋଳନ କରିବ । ଓଡ଼ିଶାର ଜନତାଙ୍କୁ ଆମେ ଆହ୍ୱାନ କରୁଛୁ ଏହି ଶ୍ରମିକମାରଣ ଯୋଜନା ବିରୁଦ୍ଧରେ ଆନ୍ଦୋଳନରେ ସାମିଲ ହେବା ପାଇଁ ବୋଲି ଶ୍ରୀ ଭକ୍ତ ଏହି ସମ୍ମିଳନୀରେ କହିଥିଲେ ।

ଓଡ଼ିଶା ପ୍ରଭାରୀ ଶ୍ରୀ ଲଲ୍ଲୁ ବିଜେପି ପକ୍ଷରୁ ମହାତ୍ମା ଗାନ୍ଧୀ ନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବା ପ୍ରତିବାଦରେ ଅଖିଳ ଭାରତ କଂଗ୍ରେସ କମିଟି ଆସନ୍ତା ଜାନୁଆରୀ ୧୦ ତାରିଖ ଠାରୁ ଫେବୃଆରୀ ୨୫, ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟଖସଡ଼ାର ସୂଚୀ ସାମ୍ବାଦିକଙ୍କ ଆଗରେ ଘୋଷଣା କରି କହିଛନ୍ତି, କଂଗ୍ରେସ ଦଳ ପ୍ରତ୍ୟେକ ରାଜ୍ୟରେ ତା. ୮.୧.୨୦୨୬-ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ । ତା. ୧୦.୧.୨୦୨୬ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ । ତା. ୧୧.୧.୨୦୨୬ ମହାତ୍ମା ଗାନ୍ଧୀ ବା ଡ. ବି ଆର ଆମ୍ବେଦକରଙ୍କ ଷ୍ଟାଚ୍ୟୁ ନିକଟରେ ଏକ ଦିବସୀୟ ଉପବାସ ଓ ପ୍ରତିକାତ୍ମକ ପ୍ରତିବାଦ । ତା. ୧୨.୧.୨୦୨୬ ଠାରୁ ୨୯.୧.୨୦୨୬- ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ । ପ୍ରତ୍ୟେକ ପଞ୍ଚାୟତରେ କଂଗ୍ରେସ ମୁଖିଆମାନଙ୍କ ସହ ଯୋଗାଯୋଗ । ବିଧାନସଭା ସ୍ତରୀୟ ବୈଠକ ଓ ପ୍ରଚାରପତ୍ର ବଣ୍ଟନ । ତା. ୩୦.୧.୨୦୨୬- ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଅବସରରେ ପ୍ରତ୍ୟେକ ୱାର୍ଡରେ ଶାନ୍ତିପୂର୍ଣ୍ଣ ଧାରଣା । ତା. ୩୧.୧.୨୦୨୬ ଠାରୁ ତା. ୬.୨.୨୦୨୬ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ନରେଗା ବଞ୍ଚାଅ ଧାରଣା ଓ ଭିବିଗ୍ରାମଜି ଆଇନ ପ୍ରତ୍ୟାହାର ନିମନ୍ତେ ସ୍ମାରକପତ୍ର ପ୍ରଦାନ । ତା. ୭.୨.୨୦୨୬ ଠାରୁ ତା. ୧୫.୨.୨୦୨୬ ରାଜ୍ୟସ୍ତରୀୟ ବିଧାନସଭା ଘେରାଉ ।ତା. ୧୬.୨.୨୦୨୬ ଠାରୁ ତା. ୨୫.୨.୨୦୨୬ - ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟର ଚାରୋଟି ଜୋନରେ ଜୋନସ୍ତରୀୟ ରାଲି ହେବ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏବଂ ମଜଦୁରଙ୍କ ଶ୍ରମକୁ ଅପମାନ କଂଗ୍ରେସ କେବେ ବରଦାସ୍ତ କରିବନାହିଁ ବୋଲି ଶ୍ରୀ ଲଲ୍ଲୁ କହିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ଓଡ଼ିଶା ସହ ପ୍ରଭାରୀ ଜେଟ୍ଟି କୁସୁମ କୁମାର, ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଉପସ୍ଥିତ ଥିଲେ ।