- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ରଘୁରାଜପୁର ଗାଁ ବୁଲିଲେ ବୈଦେଶିକ ମନ୍ତ୍ରୀ
ଭୁବନେଶ୍ୱର, 7 ଜାନୁଆରି- ରଘୁରାଜପୁର ଗାଁ ବୁଲିଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରସ୍ତୁତ ଐତିହାସିକ ଗାଁ ରଘୁରାଜପୁର। ଓଡ଼ିଶାର ଚିତ୍ରକଳା,ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଏହି ଗାଁ ଆଜି ପ୍ରବାସୀ ଭାରତୀୟ ଦିବସ ପାଇଁ ଖୁବ୍ ଚଳଚଞ୍ଚଳ। ଓଡ଼ିଶାକୁ ଆସିଥିବା ଅତିଥି ପ୍ରବାସୀ ମାନଙ୍କୁ ଖୁସି କରିବା ପାଇଁ ରଘୁରାଜପୁର ଗାଁରେ ଆୟୋଜିତ ହୋଇଛି ସ୍ଵତନ୍ତ୍ର ଉତ୍ସବ। କଳାକାର ଓ ଶିଳ୍ପୀ ମାନଙ୍କୁ ନେଇ ଚିତ୍ର କଳା ପ୍ରଦର୍ଶନୀ କରାଯାଇଥିବା ବେଳେ ଲୋକ କଳା ଓ ନୃତ୍ୟ ମାଧ୍ୟମରେ ପ୍ରବାସୀ ମାନଙ୍କୁ ଗାଁରେ ସ୍ଵାଗତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଆଜି ପ୍ରଥମ ଦିନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଅନ୍ୟ ପ୍ରବାସୀ ମାନେ ପୁରୀ ଜିଲ୍ଲା ମାଳତିପାଟପୁର ପଞ୍ଚାୟତ ରଘୁରାଜପୁର ଗାଁରେ ଅତିଥି ମାନଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ମୁଖ୍ୟତଃ ଏହି ଗାଁରେ ତାଳପତ୍ର ଖୋଦେଇ, ପଟଚିତ୍ର, ଟସର ପେଣ୍ଟିଂ, ପଥର, କାଠର ଆର୍ଟ ସାଙ୍ଗକୁ ଗୋବର କଣ୍ଢେଇ, କାଗଜ ମୁଖା ଆହୁରି କେତେ କଣ କାରୁକାର୍ଯ୍ୟ ଦେଖିଵାକୁ ମିଳିଛି। କେବଳ ସେତିକି ନୁହେଁ ପାରମ୍ପରିକ ବାଦ୍ୟ ନୃତ୍ୟ ସହ ଭବ୍ୟ ସ୍ଵାଗତ ସ୍ବମ୍ୱର୍ଦ୍ଧନା ଦ୍ବାରା ଅତିଥି ମାନଙ୍କୁ ସ୍ଵାଗତ କରିଛନ୍ତି ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀ ।