- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ରାଜକୋଟରେ ଆଜି ହେବ ଅନ୍ତିମ ସଂସ୍କାର
ଅହମଦାବାଦ-- ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମୃତଦେହର ଚିହ୍ନଟ ହୋଇଛି । ରବିବାର ତାଙ୍କର ଡିଏନଏ ମ୍ୟାଚ୍ ହୋଇଯାଇଛି। ରାଜକୋଟରେ ସୋମବାର ଦ୍ୱିପ୍ରହର 3ଟାରେ ତାଙ୍କର ପାର୍ଥିବ ଶରୀରର ଅନ୍ତିମ ସଂସ୍କାର କରାଯିବ। ଏହି ଦୁର୍ଘଟଣାରେ ମୃତକମାନଙ୍କର ଶବ ଏତେ କ୍ଷତବିକ୍ଷତ ଅବସ୍ଥାରେ ଥିଲା ଯେ ସେମାନଙ୍କ ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ଏହିକାରଣରୁ ମୃତକ ଓ ସେମାନଙ୍କ ପରିବାର ସଦସ୍ୟଙ୍କର ଡିଏନଏ ନମୁନା ମାଧ୍ୟମରେ ଶବ ଚିହ୍ନଟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ ବିଜୟ ରୂପାଣୀଙ୍କ ପୁଅ କାଲି ହସ୍ପିଟାଲକୁ ଆସି ଡିଏନଏ ନମୁନା ଦେଇଥିଲେ। ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତଦେହ ଚିହ୍ନଟ ହୋଇଯିବା ପରେ ତାଙ୍କର ପାର୍ଥିବ ଦେହ ପରିବାରକୁ ହସ୍ତାନ୍ତର କରାଯିବ, ଏବଂ ରାଜକୋଟରେ ରାଜକୀୟ ସମ୍ମାନ ସହିତ ବିଜୟ ରୂପାଣୀଙ୍କ ଅନ୍ତିମ ସଂସ୍କାର କରାଯିବ।
ବିଜେପି ବିଧାୟିକା ରୀତା ପଟେଲ କହିଛନ୍ତି ଯେ, ଆମ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଡିଏନଏ ପରୀକ୍ଷା ହୋଇଯାଇଛି ଏବଂ ଏବେ ସକାରାତ୍ମକ ପରିଣାମ ଆସିଛି। ଏବେ ତାଙ୍କର ପାର୍ଥିବ ଦେହକୁ ରାଜକୋଟରେ ତାଙ୍କର ପରିବାର ନିକଟକୁ ନଆଯିବ। ଏହା ପରେ ଉତ୍ତର ଗୁଜରାଟ ଓ ମଧ୍ୟ ଗୁଜରାଟର ବାସିନ୍ଦାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଅହମଦାବାଦ ସିଭିଲ୍ ହସ୍ପିଟାଲରୁ ପାର୍ଥିବ ଶରୀର ପରିବାରକୁ ହସ୍ତାନ୍ତର କରାଯିବ, ଏବଂ ସେଠାରୁ ହେଲିକପ୍ଟର ମାଧ୍ୟମରେ ରାଜକୋଟକୁ ନିଆଯିବ।