- କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ମହାରାଷ୍ଟ୍ରର ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ
- ତେଲେଙ୍ଗାନାର ବାସରରେ ଗୋଦାବରୀ ନଦୀରେ ବୁଡିବା କାରଣରୁ ହାଇଦ୍ରାବାଦର 5ଜଣ ଯୁବକଙ୍କ ମୃତ୍ୟୁ
- ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ରାଜକୋଟରେ ଆଜି ହେବ ଅନ୍ତିମ ସଂସ୍କାର
- ଆଗାମୀ ୨୪ ଘଂଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣ ବର୍ଷା ନେଇ ରାଜ୍ୟର ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଉତ୍ତର ପ୍ରଦେଶରେ ଭୟାବହ ସଡକ ଦୁର୍ଘଟଣାରେ 5 ମୃତ, ଜଣେ ଆହତ
ହରିୟାଣାର ପୁର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ଦେହାନ୍ତ

ଗୁରୁଗ୍ରାମ20 ଡିସେମ୍ବର -ହରିୟାଣାର ପୁର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଇଣ୍ଡିୟନ ନ୍ୟାସନାଲ ଲୋକଦଳ (ଇନେଲୋ)ସୁପ୍ରିମୋ ଓମପ୍ରକାଶ ଚୌଟାଲାଙ୍କ ଶୁକ୍ରବାର ଦିନ 93 ବର୍ଷ ବୟସରେ ଦେହାନ୍ତ ହୋଇଛି।ଘରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଶୀଘ୍ର ଗୁରୁଗ୍ରାମର ମୋଡିସିଟୀ ହସ୍ପିଟାଲ ନିଆଯାଇଥିଲା,ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତାଙ୍କ ଦେହାନ୍ତରେ ରାଜନୈତିକ,ସାମାଜିକ କ୍ଷେତ୍ରରେ ଶୋକର ଲହରୀ ଖେଳିଯାଇଛି।ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଲୋକ ଆମ୍ବିୟନ୍ସ ମଲର ପଛରେ ଅବସ୍ଥିତ ତାଙ୍କ ବାସଭବନରେ ପହଁଞ୍ଚିବା ଆରମ୍ଭ କରିଛନ୍ତି।
ଭାରତର ଉପମୁଖ୍ୟମନ୍ତ୍ରୀ ଥିବା ଚୌଧୁରୀ ଦେବୀଲାଲଙ୍କ ରାଜନୈତିକ ଉତ୍ତରାଧିକାରୀ ଓମପ୍ରକାଶ ଚୌଟାଲା ନିଜ ପଛରେ ସମ୍ପୁର୍ଣ୍ଣ ପରିବାର ଛାଡିଯାଇଛନ୍ତି।ଓମପ୍ରକାଶ ଚୌଟାଲା ଚାରିଥର ହରିୟାଣାର ମୁଖ୍ୟମନ୍ତ୍ରୀ ଥିଲେ।ପ୍ରଥମ ଥର ପାଇଁ ସେ ଦୁଇ ଡିସେମ୍ବର 1989ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।ତାଙ୍କର କାର୍ଯ୍ୟକାଳ 171 ଦିନ ଧରି ଚାଲିଥିଲା।ସେ 12 ଜୁଲାଇ 1990ରେ ପୁନର୍ବାର ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିଲେ।ଏଥର ସେ ଏହି ପଦବୀରେ ମାତ୍ର ପାଞାଚ ଦିନ ରହିଲେ।ପରବର୍ତ୍ତୀ ବର୍ଷ ଯଥା 12 ଜୁଲାଇ 1991ରେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ।ତାଙ୍କର କାର୍ଯ୍ୟକାଳ ମାତ୍ର 15 ଦିନ ଚାଲିଥିଲା।