- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବିୟୋଗ, ଗଙ୍ଗା ରାମ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ
ନୂଆଦିଲ୍ଲୀ, 4 ଅଗଷ୍ଟ-ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କର ସୋମବାର ସକାଳେ ସାର ଗଙ୍ଗା ରାମ ହସ୍ପିଟାଲରେ ଦେହାନ୍ତ ଘଟିଛି। ସେ 81 ବର୍ଷ ବୟସର ଥିଲେ। ଶିବୁ ସୋରେନ ବର୍ତ୍ତମାନ ଏକ ମାସ ହେବ କିଡନୀଜନିତ ରୋଗ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସାର ଗଙ୍ଗା ରାମ ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି ଯେ, ଶିବୁ ସୋରେନଙ୍କୁ ଆଜି ସକାଳ 8:56 ରେ ମୃତ ଘୋଷିତ କରାଯାଇଛି। ଦୀର୍ଘ ସମୟ ଧରି ଚଳିଥିବା ରୋଗ ପରେ ତାଙ୍କର ବିୟୋଗ ହୋଇଛି । ସେ କିଡନିଜନିତ ରୋଗରେ ପୀଡ଼ିତ ଥିଲେ ଏବଂ ଦେଢ ମାସ ପୂର୍ବରୁ ସେ ଏକ ଷ୍ଟ୍ରୋକ୍ର ଶିକାର ହୋଇଥିଲେ। ଗତ ଏକ ମାସ ଧରି ସେ ଲାଇଫ ସପୋର୍ଟ ସିଷ୍ଟମ୍ରେ ଥିଲେ।
ଶିବୁ ସୋରେନଙ୍କ ପୁତ୍ର ଏବଂ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି। ହେମନ୍ତ ସୋରେନ ତାଙ୍କ ପିତାଙ୍କ ଦେହାନ୍ତ ସମ୍ବନ୍ଧୀୟ ସୂଚନା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ଆଦରଣୀୟ ଦିଶୋମ ଗୁରୁଜୀ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ। ଆଜି ମୁଁ ଶୂନ୍ୟ ହୋଇଗଲି।