- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ପଂଚତତ୍ତ୍ୱରେ ବିଲୀନ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କ ପାର୍ଥିବ ଶରୀର
ନୂଆଦିଲ୍ଲୀ -- ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କର ରାଜଧାନୀ ଦିଲ୍ଲୀର ନିଗମ ବୋଧଘାଟରେ ରାଜକୀୟ, ପୂର୍ଣ୍ଣ ସୈନ୍ୟ ସମ୍ମାନ ଓ ଶିଖ୍ ପରମ୍ପରା ସହିତ ଅନ୍ତିମ ସଂସ୍କାର କରାଯାଇଛି । ଡ. ସିଂହଙ୍କ ସବୁଠୁ ବଡ ଝିଅ ଓପିନ୍ଦର କୌର ତାଙ୍କ ଚିତାକୁ ମୁଖାଗ୍ନି ଦେଇଥିଲେ । ଏହାପୂର୍ବରୁ ତାଙ୍କୁ 21 ତୋପୋ ସଲାମୀ ଦିଆଯାଇଥିଲା ଏବଂ ଶିଖ ଧର୍ମଗୁରୁ ଓ ପରିବାରର ସଦସ୍ୟମାନେ ଗୁରୁବାଣୀ ପାଠ କରିଥିଲେ ।
ନିଗମ ବୋଧ ଘାଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା, ଭୁଟାନର ରାଜା ଜିଗ୍ମେ ଖେସର ନାଗକ୍ୟାଲ ବାଙ୍ଗଚୁକ, ମରିସସର ବୈଦେଶିକ ମନ୍ତ୍ରୀ ଧନଂଜୟ ରାମଫୁଲ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ରାଜନାଥ ସିଂହ, ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଦିଲ୍ଲୀର ଉପରାଜ୍ୟପାଳ ଭିକେ ସାକସେନା,ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ, କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ,କଂଗ୍ରେସ ସଂସଦୀୟ ଦଳର ନେତା ସୋନିଆ ଗାନ୍ଧି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ,ସାଂସଦ ପ୍ରିୟଙ୍କା ଗାନ୍ଧି, ତିନି ସେନାର ମୁଖ୍ୟଙ୍କ ସହିତ ସିଡିଏସ ଜେନେରାଲ ଅନିଲ ଚୌହ୍ୱାନ ବିଉପସ୍ଥିତ ଥିଲେ ।