- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ୱଡୋଦରା ଏବଂ ଅହମ୍ମଦାବାଦରେ ଦୁର୍ଘଟଣାରେ ଦମ୍ପତ୍ତି ସମେତ ଚାରିଜଣଙ୍କର ମୃତ୍ୟୁ
ୱଡୋଦରା/ଅହମ୍ମଦାବାଦ 2 ଜାନୁଆରୀ -ଅହମ୍ମଦାବାଦ ଏବଂ ୱଡୋଦରାରେ ଗୁରୁବାର ସକାଳେ ଦୁଇଟି ଦୁର୍ଘଟଣା ଘଟିଛି।ଅହମ୍ମଦାବାଦର ପୁର୍ବ ଅଞ୍ଚଳରେ 2 ଜାନୁଆରୀ ସକାଳେ ଏକ ଦୁର୍ଘଟଣା ସାମ୍ନାକୁ ଆସିଥିଲା।ଏସପି ରିଙ୍ଗ ରୋଡରେ ପାଞ୍ଜରାପୋଲ ଛକସ୍ଥିତ ମନ୍ଦିରକୁ ପରିଦର୍ଶନ କରିବାକୁ ଯାଇଥିବା ଏକ ଦମ୍ପତ୍ତିକୁ ଟ୍ରକ ଧକ୍କା ଦେଇଥିଲା ଏବଂ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଟିଥିଲା।ୱଡୋଦରାର ହାଲୋଲ ରୋଡ ସ୍ଥିତ ଜରୋଦ ନିକଟରେ ଦ୍ରୃତ ଗତିରେ ଆସୁଥିବା ଏକ କଣ୍ଟେନର ବାଇକରେ ଯାତ୍ରା କରୁଥିବା ଦୁଇ ଯୁବକଙ୍କୁ ଧକ୍କା ଦେଇଥିଲାଏବଂ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି,ଏହିପରି ଦୁଇଟି ଦୁର୍ଘଟଣାରେ ଚାରିଜଣଙ୍କର ମୃତ୍ୟୁ ଘଟିଛି।ଅହମ୍ମଦାବାଦରେ ଏସପି ରିଙ୍ଗ ରୋଡ ସ୍ଥିତ ପାଞ୍ଜରାପୋଲ ଛକ ଦେଇ ଯାଉଥିବାବେଳେ କାନ୍ତିଭାଇ ରାୱଜୀଭାଇ ପଟେଲ ଏବଂ ଦକ୍ଷାବେନ କାନ୍ତିଭାଇ ପଟେଲଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା।ଯେଉଁଥିରେ ଦମ୍ପତ୍ତି ପ୍ରାଣ ହରାଇଥିଲେ।ଘଟଣା ସମ୍ପର୍କରେ ସୁଚନା ପାଇବା ପରେ ରାମୋଲ ପୋଲିସ ଏବଂ ଆଇ ଡିଭିଜନ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲେ।