- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ୱଡୋଦରା ଏବଂ ଅହମ୍ମଦାବାଦରେ ଦୁର୍ଘଟଣାରେ ଦମ୍ପତ୍ତି ସମେତ ଚାରିଜଣଙ୍କର ମୃତ୍ୟୁ
ୱଡୋଦରା/ଅହମ୍ମଦାବାଦ 2 ଜାନୁଆରୀ -ଅହମ୍ମଦାବାଦ ଏବଂ ୱଡୋଦରାରେ ଗୁରୁବାର ସକାଳେ ଦୁଇଟି ଦୁର୍ଘଟଣା ଘଟିଛି।ଅହମ୍ମଦାବାଦର ପୁର୍ବ ଅଞ୍ଚଳରେ 2 ଜାନୁଆରୀ ସକାଳେ ଏକ ଦୁର୍ଘଟଣା ସାମ୍ନାକୁ ଆସିଥିଲା।ଏସପି ରିଙ୍ଗ ରୋଡରେ ପାଞ୍ଜରାପୋଲ ଛକସ୍ଥିତ ମନ୍ଦିରକୁ ପରିଦର୍ଶନ କରିବାକୁ ଯାଇଥିବା ଏକ ଦମ୍ପତ୍ତିକୁ ଟ୍ରକ ଧକ୍କା ଦେଇଥିଲା ଏବଂ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଟିଥିଲା।ୱଡୋଦରାର ହାଲୋଲ ରୋଡ ସ୍ଥିତ ଜରୋଦ ନିକଟରେ ଦ୍ରୃତ ଗତିରେ ଆସୁଥିବା ଏକ କଣ୍ଟେନର ବାଇକରେ ଯାତ୍ରା କରୁଥିବା ଦୁଇ ଯୁବକଙ୍କୁ ଧକ୍କା ଦେଇଥିଲାଏବଂ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି,ଏହିପରି ଦୁଇଟି ଦୁର୍ଘଟଣାରେ ଚାରିଜଣଙ୍କର ମୃତ୍ୟୁ ଘଟିଛି।ଅହମ୍ମଦାବାଦରେ ଏସପି ରିଙ୍ଗ ରୋଡ ସ୍ଥିତ ପାଞ୍ଜରାପୋଲ ଛକ ଦେଇ ଯାଉଥିବାବେଳେ କାନ୍ତିଭାଇ ରାୱଜୀଭାଇ ପଟେଲ ଏବଂ ଦକ୍ଷାବେନ କାନ୍ତିଭାଇ ପଟେଲଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା।ଯେଉଁଥିରେ ଦମ୍ପତ୍ତି ପ୍ରାଣ ହରାଇଥିଲେ।ଘଟଣା ସମ୍ପର୍କରେ ସୁଚନା ପାଇବା ପରେ ରାମୋଲ ପୋଲିସ ଏବଂ ଆଇ ଡିଭିଜନ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲେ।