Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଠାରେ ସେନା ଗାଡି ଖାଇରେ ପଡ଼ି ଚାରି ଜବାନ ସହିଦ
FMNEWS.IN
05-01-2025
ବାନ୍ଦିପୋରା: - ଶନିବାର ଦିନ ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଏକ ସେନା ଗାଡି ଏକ ଖାଇରେ ଖସିପଡିଛି। ଏହି ଦୁର୍ଘଟଣାରେ ୪ଜଣ ସୈନିକ ସହିଦ ହୋଇଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି।
ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣା ଜିଲ୍ଲାର ଏସ.କେ ପାୟୀନ ଅଂଚଳରେ ଘଟିଛି। ସେନା ଗାଡି ରାସ୍ତାରୁ ଖସିପଡି ନିକଟସ୍ଥ ଖାଇରେ ପଡ଼ିଯାଇଥିଲା। ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ସେ କହିଛନ୍ତି।
ଏହି ଦୁର୍ଘଟଣାରେ ଆହତ ହୋଇଥିବା ୬ଜଣ ସେନା କର୍ମଚାରୀଙ୍କ ମଧ୍ୟରୁ ପାଂଚ ଜଣଙ୍କୁ ଡାକ୍ତରଖାନାକୁ ଅଣାଯାଇଥିବା ଏମଏସ ବାନ୍ଦିପୋରା ଡାକ୍ତରଖାନାର ଡକ୍ଟର ମସରତ କହିଛନ୍ତି। ସେ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ମୃତ ଘୋଷଣା କରାଯାଇଥିବାବେଳେ ତିନିଜଣ ଗୁରୁତର ଆହତଙ୍କୁ ଶ୍ରୀନଗରକୁ ପଠାଯାଇଛି। ଏହି ସମୟ ମଧ୍ୟରେ ଜଣେ ସୈନିକ ରାସ୍ତାରେ ମୃତ୍ୟୁ ବରଣ କରିଥିଲେ।