Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଠାରେ ସେନା ଗାଡି ଖାଇରେ ପଡ଼ି ଚାରି ଜବାନ ସହିଦ
FMNEWS.IN
05-01-2025
ବାନ୍ଦିପୋରା: - ଶନିବାର ଦିନ ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଏକ ସେନା ଗାଡି ଏକ ଖାଇରେ ଖସିପଡିଛି। ଏହି ଦୁର୍ଘଟଣାରେ ୪ଜଣ ସୈନିକ ସହିଦ ହୋଇଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି।
ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣା ଜିଲ୍ଲାର ଏସ.କେ ପାୟୀନ ଅଂଚଳରେ ଘଟିଛି। ସେନା ଗାଡି ରାସ୍ତାରୁ ଖସିପଡି ନିକଟସ୍ଥ ଖାଇରେ ପଡ଼ିଯାଇଥିଲା। ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ସେ କହିଛନ୍ତି।
ଏହି ଦୁର୍ଘଟଣାରେ ଆହତ ହୋଇଥିବା ୬ଜଣ ସେନା କର୍ମଚାରୀଙ୍କ ମଧ୍ୟରୁ ପାଂଚ ଜଣଙ୍କୁ ଡାକ୍ତରଖାନାକୁ ଅଣାଯାଇଥିବା ଏମଏସ ବାନ୍ଦିପୋରା ଡାକ୍ତରଖାନାର ଡକ୍ଟର ମସରତ କହିଛନ୍ତି। ସେ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ମୃତ ଘୋଷଣା କରାଯାଇଥିବାବେଳେ ତିନିଜଣ ଗୁରୁତର ଆହତଙ୍କୁ ଶ୍ରୀନଗରକୁ ପଠାଯାଇଛି। ଏହି ସମୟ ମଧ୍ୟରେ ଜଣେ ସୈନିକ ରାସ୍ତାରେ ମୃତ୍ୟୁ ବରଣ କରିଥିଲେ।