Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଦିଲ୍ଲୀରେ ଭୁଶୁଡିଲା ଚାରି ମହଲା ବିଲ୍ଡିଂ, 4 ମୃତ
FMNEWS.IN
19-04-2025
ନୂଆଦିଳ୍ଳୀ, 19 ଏପ୍ରିଲ୍ : ଉତର ପୂର୍ବ ଜିଲ୍ଲାର ମୁସ୍ତଫାବାଦ ଅଂଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ 4ମହଲା ବିଲ୍ଡିଂ ଭୁଶୁଡି ପଡିଛି । ଅଘଟଣରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10ଜଣ ଆହତ ହୋଇଛନ୍ତି । ଏବେ ସୁଦ୍ଧା କିଛି ଲୋକ ଫସିରହିଥିବା ଆଶଙ୍କା କରାଯାଉଛି ।ସୂଚନା ମିଳିବା ପରେ ଘଟଣାସ୍ଥଳରେ ଦମକଳବାହିନୀ, ଏନଡିଆରଏଫ, ଡଗ୍ ସ୍କ୍ୱାର୍ଡ ଓ ପୋଲିସ ଟିମ୍ ପହଂଚିଛି । ରେସକ୍ୟୁ ଅଭିଯାନ ଜାରି ରହିଛି । ଶନିବାର ଭୋର 2.50ଟା ବେଳେ ବିଲ୍ଡିଂ ଭୁଶୁଡିଥିବା ନେଇ ସୂଚନା ମିଳିଥିଲା । ଏହାପରେ ଦମକଳର 6ଟି ଗାଡିକୁ ଘଟଣାସ୍ଥଳକୁ ପଠାଇ ଦିଆଯାଇଥିଲା ।