- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ସରକାର ଯୁବବର୍ଗଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ପ୍ରତିବଦ୍ଧ- ପିଏମ ମୋଦି
ନୂଆଦିଲ୍ଲୀ, 26 ଏପ୍ରିଲ୍ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ, ଭାରତର ଯୁବବର୍ଗ ଆଜି ସେମାନଙ୍କ ପରିଶ୍ରମ ଓ ଉଦ୍ଭାବନରେ ବିଶ୍ୱକୁ ଏହା ଦେଖାଉଛନ୍ତି ଯେ, ଆମେ କେତେ ସାମର୍ଥ୍ୟ ଅଟୁ । ଆମ ସରକାର ପ୍ରତି ପଦକ୍ଷେପରେ ଏହା ସୁନିଶ୍ଚିତ କରୁଛନ୍ତି ଯେ, ଦେଶର ଯୁବବର୍ଗଙ୍କ ପାଇଁ ରୋଜଗାର ଓ ସ୍ୱରୋଜଗାରର ସୁଯୋଗ ନିରନ୍ତର ବଢୁ ।
ପ୍ରଧାନମନ୍ତ୍ରୀ ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗର ଓ ସଙ୍ଗଠନରେ ନୂଆ ନିଯୁକ୍ତି ପାଇଥିବା 51 ହଜାରରୁ ଅଧିକ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ ସ୍ଥାନ ସହିତ ଜଡିତ ଜନସମୂହକୁ ସଂବୋଧିତ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟରେ ସରକାର ମ୍ୟାନୁଫ୍ୟାକଚରିଂ ମିଶନର ଘୋଷଣା କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି-ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଓ ଭାରତର ଯୁବକଙ୍କୁ ଗ୍ଲୋବାଲ ଷ୍ଟାଣ୍ଡାର୍ଡ ବିଶିଷ୍ଟ ପ୍ରୋଜେକ୍ଟ ନିର୍ମାଣ ପାଇଁ ସୁଯୋଗ ଦେବା । ଏହାଦ୍ୱାରା ନା କେବଳ ଦେଶର ଲକ୍ଷଲକ୍ଷ କ୍ଷୁଦ୍ର ଶିଳ୍ପ ଓ ଲଘୁ ଉଦ୍ୟମୀକୁ ପ୍ରୋତ୍ସାହନ ମିଳିବ ବରଂ ପୂରା ଦେଶରେ ରୋଜଗାରର ସୁଯୋଗ ବି ଖୋଲିବ ।