Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପଂଜାବରେ ଗୁରୁଦାସପୁରର ବଙ୍ଗା ୱଡାଲା ପୋଲିସ ଷ୍ଟେସନ ଉପରେ ଗ୍ରେନେଡ ମାଡ
FMNEWS.IN
21-12-2024
ଚଣ୍ଡିଗଡ, 21 ଡିସେମ୍ବର - ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ସଙ୍ଗଠନ ବବ୍ବର ଖାଲସା ଇଂଟରନ୍ୟାସନାଲ ପୋଲିସକୁ ଚ୍ୟାଲେଂଜ ଦେଇ ଗୁରୁଦାସପୁର ଜିଲ୍ଲାର ବଙ୍ଗା ୱଡାଲା ଗାଁର ପୋଲିସ ଷ୍ଟେସନ ଉପରେ ଗ୍ରେନେଡ ମାଡ କରିଛି । ଜିଲ୍ଲାର କଲାନୌର ଅଂଚଳରେ ଗତ 48 ଘଂଟାରେ ଏହା ଦ୍ୱିତୀୟ ଗ୍ରେନେଡ ମାଡ ଅଟେ । 28ଦିନରେ ପଂଜାବରେ 8ଥର ଗ୍ରେନେଡ ମାଡ ହୋଇଛି ।
ବଙ୍ଗା ୱଡାଲା ଗାଁରେ ଅଧରାତିରେ ହୋଇଥିବା ବିସ୍ଫୋରଣର ଶବ୍ଦ ଶୁଣି ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ଲୋକେ ଘରୁ ବାହାରକୁ ବାହାରିବା ପରେ ଜାଣିଲେ ଯେ, ପୋଲିସ ଥାନା ଉପରେ ଗ୍ରେନେଡ ମାଡ କରିଛନ୍ତି । ସୂଚନା ମିଳିବା ପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚିଛନ୍ତି । ସାରା ରାତି ପୋଲିସ ଯାଂଚ କରୁଛି । ଏବେ ଘଟଣାର ଫୋରେନସିକ ତଦନ୍ତ ଚାଲିଛି ।
ଦୁଇଦିନ ପୂର୍ବରୁ ହିଁ ଖଲିସ୍ତାନ ଜିନ୍ଦାବାଦ ଫୋର୍ସ କଲାନୌର ପୋଲିସ ପୋଷ୍ଟ ଉପରେ ହମଲା ହୋଇଥିଲା ।