Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପଂଜାବରେ ଗୁରୁଦାସପୁରର ବଙ୍ଗା ୱଡାଲା ପୋଲିସ ଷ୍ଟେସନ ଉପରେ ଗ୍ରେନେଡ ମାଡ
FMNEWS.IN
21-12-2024
ଚଣ୍ଡିଗଡ, 21 ଡିସେମ୍ବର - ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ସଙ୍ଗଠନ ବବ୍ବର ଖାଲସା ଇଂଟରନ୍ୟାସନାଲ ପୋଲିସକୁ ଚ୍ୟାଲେଂଜ ଦେଇ ଗୁରୁଦାସପୁର ଜିଲ୍ଲାର ବଙ୍ଗା ୱଡାଲା ଗାଁର ପୋଲିସ ଷ୍ଟେସନ ଉପରେ ଗ୍ରେନେଡ ମାଡ କରିଛି । ଜିଲ୍ଲାର କଲାନୌର ଅଂଚଳରେ ଗତ 48 ଘଂଟାରେ ଏହା ଦ୍ୱିତୀୟ ଗ୍ରେନେଡ ମାଡ ଅଟେ । 28ଦିନରେ ପଂଜାବରେ 8ଥର ଗ୍ରେନେଡ ମାଡ ହୋଇଛି ।
ବଙ୍ଗା ୱଡାଲା ଗାଁରେ ଅଧରାତିରେ ହୋଇଥିବା ବିସ୍ଫୋରଣର ଶବ୍ଦ ଶୁଣି ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ଲୋକେ ଘରୁ ବାହାରକୁ ବାହାରିବା ପରେ ଜାଣିଲେ ଯେ, ପୋଲିସ ଥାନା ଉପରେ ଗ୍ରେନେଡ ମାଡ କରିଛନ୍ତି । ସୂଚନା ମିଳିବା ପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚିଛନ୍ତି । ସାରା ରାତି ପୋଲିସ ଯାଂଚ କରୁଛି । ଏବେ ଘଟଣାର ଫୋରେନସିକ ତଦନ୍ତ ଚାଲିଛି ।
ଦୁଇଦିନ ପୂର୍ବରୁ ହିଁ ଖଲିସ୍ତାନ ଜିନ୍ଦାବାଦ ଫୋର୍ସ କଲାନୌର ପୋଲିସ ପୋଷ୍ଟ ଉପରେ ହମଲା ହୋଇଥିଲା ।