Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପଂଜାବର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କାଲିୟାଙ୍କ ଜଳନ୍ଧର ବାସଭବନ ଉପରେ ଗ୍ରେନେଡ୍ ମାଡ
FMNEWS.IN
08-04-2025
ଚଣ୍ଡିଗଡ, 8 ଏପ୍ରିଲ୍- ପଂଜାବର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମନୋରଂଜନ କାଲିୟାଙ୍କ ଜଳନ୍ଧର ବାସଭବନ ଉପରେ ରାତି ପ୍ରାୟ 10ଟା ବେଳେ ଗ୍ରେନେଡ୍ ମାଡ ହୋଇଛି । ଏହି ସମୟରେ କାଲିୟା ଘରେ ହିଁ ଥିଲେ । ପୂରା ପରିବାର ଶୋଇଥିଲେ । ଡ୍ୟୁଟିରେ ଜଣେ ସୁରକ୍ଷାକର୍ମୀ ଥିଲେ ।
ପୂର୍ବତନ ମନ୍ତ୍ରୀ କାଲିୟାଙ୍କ ବାସଭବନରେ ଗ୍ରେନେଡ ଆକ୍ରମଣର ସୂଚନା ମିଳିବା ପରେ ହିଁ ପଂଜାବ ପୋଲିସରେ ହଡକମ୍ପ ମଚିଯାଇଥିଲା । ଆଲା ପୋଲିସ ଅଧିକାରୀ ତାଙ୍କ ଘରେ ପହଂଚିଥିଲେ । କାଲିୟାଙ୍କ ବାସଭବନ ଓ ଆଖପାଖରେ ଲାଗିଥିବା ସିସିଟିଭିର ଫୁଟେଜରେ ଦେଖିବାକୁ ମିଳିଥିଲା ଯେ, ତିନିଜଣ ଆକ୍ରମଣକାରୀ ଯୁବକ ଇ-ରିକ୍ସା ଓ ବାଇକରେ ଆସିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଯୁବକ କାଲିୟାଙ୍କ ଘର ଉପରକୁ ଗ୍ରେନେଡ୍ ପକାଇଥିଲା । ଫଳରେ ଜୋରଦାର ଧମାକା ହୋଇଥିଲା ।