Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପଂଜାବର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କାଲିୟାଙ୍କ ଜଳନ୍ଧର ବାସଭବନ ଉପରେ ଗ୍ରେନେଡ୍ ମାଡ
FMNEWS.IN
08-04-2025
ଚଣ୍ଡିଗଡ, 8 ଏପ୍ରିଲ୍- ପଂଜାବର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମନୋରଂଜନ କାଲିୟାଙ୍କ ଜଳନ୍ଧର ବାସଭବନ ଉପରେ ରାତି ପ୍ରାୟ 10ଟା ବେଳେ ଗ୍ରେନେଡ୍ ମାଡ ହୋଇଛି । ଏହି ସମୟରେ କାଲିୟା ଘରେ ହିଁ ଥିଲେ । ପୂରା ପରିବାର ଶୋଇଥିଲେ । ଡ୍ୟୁଟିରେ ଜଣେ ସୁରକ୍ଷାକର୍ମୀ ଥିଲେ ।
ପୂର୍ବତନ ମନ୍ତ୍ରୀ କାଲିୟାଙ୍କ ବାସଭବନରେ ଗ୍ରେନେଡ ଆକ୍ରମଣର ସୂଚନା ମିଳିବା ପରେ ହିଁ ପଂଜାବ ପୋଲିସରେ ହଡକମ୍ପ ମଚିଯାଇଥିଲା । ଆଲା ପୋଲିସ ଅଧିକାରୀ ତାଙ୍କ ଘରେ ପହଂଚିଥିଲେ । କାଲିୟାଙ୍କ ବାସଭବନ ଓ ଆଖପାଖରେ ଲାଗିଥିବା ସିସିଟିଭିର ଫୁଟେଜରେ ଦେଖିବାକୁ ମିଳିଥିଲା ଯେ, ତିନିଜଣ ଆକ୍ରମଣକାରୀ ଯୁବକ ଇ-ରିକ୍ସା ଓ ବାଇକରେ ଆସିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଯୁବକ କାଲିୟାଙ୍କ ଘର ଉପରକୁ ଗ୍ରେନେଡ୍ ପକାଇଥିଲା । ଫଳରେ ଜୋରଦାର ଧମାକା ହୋଇଥିଲା ।