- ଅପରେସନ ସିନ୍ଦୁର : ପାକିସ୍ତାନ ଓ ପିଓକେରେ 9ଟି ଆତଙ୍କବାଦୀ ଠିକଣାରେ ଭାରତର ମିସାଇଲ୍ ଆଟାକ୍ , 26 ମୃତ
- ଜାମ୍ମୁ କାଶ୍ମୀରରେ ନିୟନ୍ତ୍ରଣ ରେଖାରେ ପାକିସ୍ଥାନ ସେନା ଆଖିବୁଜା ଗୁଳି ଚଳାଇଲା, ନଅ ନାଗରିକଙ୍କ ମୃତ୍ୟୁ,50 ଆହତ
- ଭାରତର 'ଅପରେସନ୍ ସିନ୍ଦୁର': ପାକିସ୍ତାନ ଉପରେ ଆକାଶ ମାର୍ଗରୁ ହେଲା ଆକ୍ରମଣ, ୯ ଆତଙ୍କବାଦୀ ଅଡ୍ଡା ଧ୍ୱଂସ
- ଭାରତବର୍ଷ ସମ୍ବିଧାନର ସୁରକ୍ଷା ପାଇଁ ଆହ୍ୱାନ ଦେଲେ ପିସିସି ସଭାପତି
- ପିଓକେରେ ହାଇ ଆଲର୍ଟ ପରେ ଧାମରା ସ୍ଥଳପଥ ଏବଂ ଜଳପଥରେ ସୁରକ୍ଷା କଡାକଡି
ହିମାଚଳ ପ୍ରଦେଶରେ ଆସନ୍ତା ଦୁଇ ଦିନ ପ୍ରବଳ ବରଫପାତ ସତର୍କ ସୁଚନା

ଶିମଳା 4 ଜାନୁଆରୀ :-ହିମାଚଳ ପ୍ରଦେଶରେ ଆସନ୍ତା ଦୁଇ ଦିନ ପାଣିପାଗ ଅବସ୍ଥା ଆହୁରି ଖରାପ ହେବାର ସମ୍ଭାବନା ରହିଛି।ପାଣିପାଗ ବିଜ୍ଞାନ କେନ୍ଦ୍ର ଶିମଳା ରାଜ୍ୟର ଉଚ୍ଚ ଅଞ୍ଚଳରେ ପ୍ରବଳ ବରଫପାତ ଏବଂ ସମତଳ ଅଞ୍ଚଳରେ ବର୍ଷା ପାଇଁ ୟେଲୋ ଆର୍ଲଟ ଜାରି କରିଛନ୍ତି।ପାଣିପାଗ ବିଭାଗର ପୁର୍ବାନୁମାନ ଅନୁଯାୟୀ ପାଞ୍ଚ ଏବଂ ଛଅ ଜାନୁଆରୀ ସମତଳ ଅଞ୍ଚଳରେ ବର୍ଷା ଏବଂ ପାହାଡି ଅଞ୍ଚଳରେ ପ୍ରବଳ ବରଫପାତ ହେବାର ସମ୍ଭାବନା ରହିଛି।ଏହି ସମୟ ମଧ୍ୟରେ ବଜ୍ରପାତ ଏବଂ ବିଜୁଳି ମାରିବାର ମଧ୍ୟ ସତର୍କ ସୁଚନା ଜାରି କରାଯାଇଛି।ବରଫପାତ ହେତୁ ହିଲ ଷ୍ଟେସନ ଗୁଡିକ ପୁଣି ଧଳା ଚାଦରରେ ଆବୃତ ହେବ।ପାଣିପାଗ ବିଭାଗ ଅନୁଯାୟୀ ଶିମଳା,କୁଫରୀ,ନାରକଣ୍ଡା,ମନାଲୀ,ଡଲହୋଜୀ ,ମ୍ୟାକ୍ଲୋଡଗଞ୍ଜ ଏବଂ କସୋଲ ଭଳି ହିଲ ଷ୍ଟେସନରେ ବରଫପାତ ହେବାର ସମ୍ଭାବନା ରହିଛି।ଏହି ଅଞ୍ଚଳରେ ବରଫପାତ ହେତୁ ଶୀତ ଲହର ତୀବ୍ର ହୋଇପାରେ।ସାତ ଜାନୁଆରୀ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଖରାପ ରହିବ,କିନ୍ତୁ ଆଠ ଜାନୁଆରୀରୁ 10 ଜାନୁଆରୀ ପର୍ଯ୍ୟନ୍ତ ପାଗ ସ୍ପଷ୍ଟ ରହିବ ବୋଲି ଆଶା କରାଯାଉଛି।ଆଗାମୀ ଦୁଇ ଦିନରେ ବର୍ଷା ଏବଂ ବରଫପାତ ହେତୁ ତାପମାତ୍ରାରେ ବହୁ ହ୍ରାସ ଘଟିପାରେ।ତେବେ ଗତ ଦୁଇ-ତିନି ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ରେକର୍ଡ କରାଯାଇଛି।