Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ହିସାର : ଶିଶୁଙ୍କ ଉପରେ ଖସି ପଡିଲା ଇଟା ଭାଟିର ପାଚେରୀ, ୪ ମୃତ
FMNEWS.IN
23-12-2024
ହିସାର, ୨୩ ଡିସେମ୍ବର - ହିସାର ଜିଲ୍ଲାର ନାରନୌଦ ଅଂଚଳର ବୁଡାନା ଗ୍ରାମରେ ଇଟା ଭାଟିରେ ଶେଇଥିବା ଶିଶୁ ମାନଙ୍କ ଉପରେ ପାଚେରୀ ଖସିପଡିବା ଫଳରେ ଦୁର୍ଘଟଣାରେ ୪ ଶିଶୁଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ କେତେକ ଶିଶୁ ଆହତ ହୋଇଛନ୍ତି । ଜିଲ୍ଲାର ନାଗରିକ ହସ୍ପିଟାଲରେ ଆହତ ଶିଶୁ ମାନଙ୍କ ଚିକିତ୍ସା ଚାଲିଛି । କୁହାଯାଉଛି ଯେ, ନାରନୌଦ ଅଂଚଳର ବୁଡାନା ଗ୍ରାମରେ ଏକ ଇଟା ଭାଟିରେ କେତେକ ଶ୍ରମିକ କାମ କରନ୍ତି । ରବିବାର ରାତିରେ ଭାଟିର ଚିମିନୀରେ ଲାଗିଥିବା ପାଚେରୀ ଭୁଶୁଡି ପଡିଥିଲା । ମୃତକ ମାନଙ୍କ ମଧ୍ୟରେ ତିନି ମାସର ଶିଶୁକନ୍ୟା ନିଶା, ୯ ବର୍ଷିୟ ସୁରଜ, ୯ ବର୍ଷିୟ ବିବେକ ଏବଂ ୫ ବର୍ଷିୟା ଶିଶୁକନ୍ୟା ନନ୍ଦନୀ ରହିଛନ୍ତି । ସେମାନଙ୍କ ପରିବାର ସଦସ୍ୟ ନିକଟରେ ଥିବା ଇଟା ଭାଟିରେ କାମ କରୁଥିଲେ । ଏହି ସମୟରେ ଭାଟିରେ ଇଟା ବିଛାଇବା ଏବଂ ଚିମିନୀ ନିକଟରେ ପିଲର ଲଗାଇବା କାମ ଚାଲିଥିଲା । ଏହି ପରିବାର ଉତର ପ୍ରଦେଶ ନିବାସୀ ଅଟନ୍ତି ।