Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ହିସାର : ଶିଶୁଙ୍କ ଉପରେ ଖସି ପଡିଲା ଇଟା ଭାଟିର ପାଚେରୀ, ୪ ମୃତ
FMNEWS.IN
23-12-2024
ହିସାର, ୨୩ ଡିସେମ୍ବର - ହିସାର ଜିଲ୍ଲାର ନାରନୌଦ ଅଂଚଳର ବୁଡାନା ଗ୍ରାମରେ ଇଟା ଭାଟିରେ ଶେଇଥିବା ଶିଶୁ ମାନଙ୍କ ଉପରେ ପାଚେରୀ ଖସିପଡିବା ଫଳରେ ଦୁର୍ଘଟଣାରେ ୪ ଶିଶୁଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ କେତେକ ଶିଶୁ ଆହତ ହୋଇଛନ୍ତି । ଜିଲ୍ଲାର ନାଗରିକ ହସ୍ପିଟାଲରେ ଆହତ ଶିଶୁ ମାନଙ୍କ ଚିକିତ୍ସା ଚାଲିଛି । କୁହାଯାଉଛି ଯେ, ନାରନୌଦ ଅଂଚଳର ବୁଡାନା ଗ୍ରାମରେ ଏକ ଇଟା ଭାଟିରେ କେତେକ ଶ୍ରମିକ କାମ କରନ୍ତି । ରବିବାର ରାତିରେ ଭାଟିର ଚିମିନୀରେ ଲାଗିଥିବା ପାଚେରୀ ଭୁଶୁଡି ପଡିଥିଲା । ମୃତକ ମାନଙ୍କ ମଧ୍ୟରେ ତିନି ମାସର ଶିଶୁକନ୍ୟା ନିଶା, ୯ ବର୍ଷିୟ ସୁରଜ, ୯ ବର୍ଷିୟ ବିବେକ ଏବଂ ୫ ବର୍ଷିୟା ଶିଶୁକନ୍ୟା ନନ୍ଦନୀ ରହିଛନ୍ତି । ସେମାନଙ୍କ ପରିବାର ସଦସ୍ୟ ନିକଟରେ ଥିବା ଇଟା ଭାଟିରେ କାମ କରୁଥିଲେ । ଏହି ସମୟରେ ଭାଟିରେ ଇଟା ବିଛାଇବା ଏବଂ ଚିମିନୀ ନିକଟରେ ପିଲର ଲଗାଇବା କାମ ଚାଲିଥିଲା । ଏହି ପରିବାର ଉତର ପ୍ରଦେଶ ନିବାସୀ ଅଟନ୍ତି ।