- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ମହାପ୍ରଭୁଙ୍କୁ ଭୂମିକୁ ଆସିବା ପାଇଁ ଟ୍ରମ୍ପଙ୍କ ନିମନ୍ତ୍ରଣକୁ କଲି ପ୍ରତ୍ଯାଖ୍ୟାନ – ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, 20 ଜୁନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିକୁ ଆସିବା ପାଇଁ ମୁଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆମନ୍ତ୍ରଣଙ୍କୁ ପ୍ରତ୍ୟାଖ୍ୟାନ କଲି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତି ଅବସରରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀମୋଦୀ ଏହା କହିଛନ୍ତି ।
ସେ ତାଙ୍କର ଭାଷଣରେ କହିଥିଲେ ଯେ, କିଛି ଦିନ ତଳେ ସେ ଜି -7 ଶିଖର ସମ୍ମିଳନୀରେ ଭାଗ ନେବାକୁ କାନାଡା ଯାଇଥିଲେ । ସେଠାରେ ଥିବା ବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଫୋନ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଟ୍ରମ୍ପ ତାଙ୍କୁ କହିଥିଲେ ଯେ ଆପଣ କାନାଡା ଆସିଛନ୍ତି । ସେଠାରୁ ୱାଶିଂଗଟନ ଆସନ୍ତୁ । ଏଠାରେ ଭୋଜନ କରିବା ସହ ବିଭିନ୍ନ ବିଷୟରେ କଥାବାର୍ତା କରିବା । ମୁଁ ତାଙ୍କୁ କହିଲି ଯେ ମୋତେ ମହାପ୍ରଭୁ ଜଗନ୍ନାଥଙ୍କ ଭୂମିକୁ ଯିବାର ଅଛି । ତେଣୁ ମୁଁ ଆପଣଙ୍କ ନିମନ୍ତ୍ରଣ ରକ୍ଷା କରି ପାରୁ ନାହିଁ । ଏହା କହି ମୁଁ ବିନମ୍ରତାର ସହ ତାଙ୍କର ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲି ବୋଲି ସେ କହିଛନ୍ତି ।
ଶବ ଊପରେ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ଦାୟିତ୍ୱକୁ ଭୁଲି ନାଚୁଛନ୍ତି। ରାଜ୍ୟରେ ହଇଜା ବ୍ୟାପି ନୀରିହ ଲୋକ ପ୍ରାଣ ହରାଉଥିବା ବେଳେ ବିଜେପି ସରକାର ଉତ୍ସବ ମନାଇବାରେ ବ୍ୟସ୍ତ।